• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁଇ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥଇଥାନ କଲା ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ

Bymamatanews

Dec 29, 2024
Spread the love

ଅନୁଗୁଳ: ସ୍ଥାନୀୟ ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ ପୌରାଞ୍ଚଳରୁ ଦୁଇ ଜଣ ମାନସିକ ବିକାରଗ୍ରସ୍ତ ପୁରୁଷ ଉଦ୍ଧାର କରାଯାଇଛି। ଉଦ୍ଧାର ଦ୍ବୟ ହେଲେ ବିଜୟ ବେହେରା (ମୁନା) ଓ ରଂଜିତ ପଟ୍ଟନାୟକ(ଟୁଟୁ)।

ଟ୍ରଷ୍ଟ ସଂଯୋଜକ ଅଜୟ ତ୍ରିପାଠୀଙ୍କ ସହାୟତା ରେ ଏକ ଚାରି ଜଣିଆ ଟିମ ବିଜୟ ବେହେରାଙ୍କ ଚୁଟି ଦାଢ଼ି କାଟି ପରିଷ୍କାର କରାଇ ନୂତନ ବସ୍ତ୍ର ପିନ୍ଧାଇ ଥିଲେ। ସେହିପରି ଅମଲାପଡ଼ାରେ ବୁଲୁଥିବା ରଂଜିତଙ୍କୁ ମଧ୍ୟ ଝାରସୁଗୁଡା ସ୍ଥିତ ପିପୁଲ ଫୋରମ ମିଶନ ଆଶାଲୋକକୁ ସ୍ଥାନାନ୍ତରିତ କରାଯାଇଛି।

ଏହା ଟ୍ରଷ୍ଟର ୧୬ତମ ଉଦ୍ଧାର ବୋଲି ଟ୍ରଷ୍ଟ ସଭାପତି ବିଦ୍ୟାଧର ନାଏକ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଅନୁପ ପଟ୍ଟନାୟକ, ଅଜୟ ତ୍ରିପାଠୀ, ଜୁଲୁ କୁମାର ସାହୁ, ଶରତ ଚନ୍ଦ୍ର ସାହୁ, ସୋମ ପ୍ରସାଦ ଦାସ ଏବଂ ସିଦ୍ଧି ଲକ୍ଷ୍ମୀ ମହିନ୍ଦ୍ରା ସୋ ରୁମ ମାଲିକ ରାଜ କୁମାର ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *