ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଘ ରୂପରେ ଧାରଣା ଦେଲେ ସଚେତକ
ଅନୁଗୋଳ ଜିଲ୍ଲା ର ପାଲଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲ୍ଲୀପ କୁମାର ସାହୁ ବାଘ ସଦୃଶ ପୋଷାକ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଙ୍ଗଳ ବିଭାଗ କୁ ଜୀବନ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଧାରଣା ଦେଇଛନ୍ତି। ସୂଚନା ଯେ, ଦିଲ୍ଲୀପ କୁମାର ସାହୁ ଏକ ହାତୀ ସୁସଜ୍ଜିତ ଗାଡ଼ିରେ ବନ୍ୟପ୍ରାଣୀ ବେଷରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ସଚେତନତା କହୁଛନ୍ତି। ଗତ ୨୬ ତାରିଖ ଦିନ ପାଲଲହଡ଼ା ଉପଜିଲ୍ଲାପାଳ ଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ଡିସେମ୍ବର ୩୧ ତାରିଖ ମଧ୍ୟରେ ପ୍ରଶାସନ ଆଲୋଚନା ନ କଲେ। ଆସନ୍ତା ଜାନୁୟାରୀ ୧ ତାରିଖ ଠାରୁ ଅନିର୍ଦିଶ୍ଟ କଳା ଗଣଧାରଣା ଦେବା ନେଇ କହିଛନ୍ତି ଦିଲ୍ଲୀପ।

 
                                