ଦମ୍ପତି ଚଳାଇଥିଲେ ଗଞ୍ଜେଇ ବେପାର |ଘଟଣାସ୍ଥଳରୁ ସ୍ଵାମୀ ଫେରାର
ଅନୁଗୁଳ ପୁଲିସ ଆଜି ଏମିତି ଏକ ଘଟଣାର ରହସ୍ୟ ଉନ୍ମୋଚନ କରିଛି | ଗଞ୍ଜେଇ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ ପତ୍ନୀଙ୍କୁ ଗିରଫ କରିଥିଲାବେଳେ ସ୍ବାମୀ ଖସି ଯାଇଛି | ଅଭିଯୁକ୍ତ ସ୍ବାମୀ ପେ ପେଷାରେ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ନିତୁ ଖିଲାର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଗୋପୀନାଥପୁର ଆଙ୍କୁଲା ଗ୍ରାମର ମୁନା ଓରଫ୍ ଅରବିନ୍ଦ ଖିଲାରଙ୍କ ଘରେ ଗଞ୍ଜେଇ ରହିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ପୋଲିସ ପକ୍ଷରୁ ଏ ନେଇ ସେ ଏକ ଟିମ୍ ଗଠନ କରି ଘଟଣାସ୍ଥଳକୁ ପହଞ୍ଚିବା ସହ ବଅଁରପାଳ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ରବିନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ | ମୁନାଙ୍କ ଘରୁ ତାଙ୍କ ପତ୍ନୀ ନିତୁ ବାହାରକୁ ଆସିବା ସହ ପଚରାଉଚରା ପରେ ଘର ଫ୍ରିଜ୍ ପାଖରୁ ପୁଲିସ ୧୫ କିଲୋ ଗଞ୍ଜେଇ ଜବତ କରିଥିଲେ | ଗଞ୍ଜେଇ କେଉଁଠୁ ଓ କିଏ ଆଣିଲା ବୋଲି ପୁଲିସ ପଚାରିବାରେ ତାହା କୋରାପୁଟରୁ ଅଣାଯାଇଥିବା ନିତୁ ପୁଲିସ ନିକଟରେ ବୟାନ ଦେଇଛି | ସ୍ବାମୀ ମୁନା ଗଞ୍ଜେଇ ଆଣିବା ପରେ ଉଭୟ ମିଶି ତାହାକୁ ଗାଁରେ ଖୁଚୁରା ଆକାରରେ ବିକ୍ରି କରୁଥିବା ସେ ମାନି ଯାଇଥିଲା । ପୁଲିସ କେସ୍ ନଂ ୧୦୦୨ ଦଫା ୨୦ (ବି) (ଆଇଆଇ) (ବି)୨୯ ଏନ୍ଡିପିଏସ୍ ଆକ୍ଟରେ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି |

 
                                