• Sat. Apr 18th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ମୃତ୍ୟୁ ର କାରଣ ଅସ୍ପଷ୍ଟ

ଅନୁଗୋଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ପୋକୁଣ୍ଡା ଠାରେ ଦନ୍ତା ହାତୀ ର ମୃତ ଦେହ ଠାଵ ହୋଇଛି। ହାତୀ ଟି ର ବୟସ ୨୦ ବର୍ଷ ହେବା ନେଇ ଅନୁମାନ କରାଯାଉଛି। ହାତୀ ଟି ଧାନ ଫସଲ ଖାଇବାକୁ ଆସିଥିବା ବେଳେ ମୃତ୍ୟୁ ହୋଇଥିବା ଜଣା ପଡିଛି। ହାତୀଟି ର ଦେହ ରେ ତିନୋଟି ଗୁଳି ବାଜିବା ସଦୃଶ୍ୟ ଦେଖାଯାଉଥିବା ବେଳେ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବନ ବିଭାଗ ପହଁଞ୍ଚି ତନାଘନା ଆରମ୍ଭ କରିଛି। ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ନା ହାତୀ କୁ କିଏ ମାରି ଦେଇଛି ତାହା ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ଆସନ୍ତାକାଲି ମୃତଦେହ ର ବ୍ୟବଚ୍ଛେଦ ହେବ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ସତ୍ୟାସତ୍ୟ ଜଣାପଡିବ ।

Leave a Reply

Your email address will not be published. Required fields are marked *