• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କାର ଓ ବାଇକ୍ ମୁହଁମୁହିଁ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତ୍ତର

Bymamatanews

Dec 31, 2024
Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନୂଆ ବଡକେରା ଛକ ନିକଟରେ କାର ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ରସାନନ୍ଦ ସାହୁ ଏବଂ ଗୁରୁତର ଜଣ ଙ୍କ ହେଲେ ମନୋଜ ସାହୁ । ସୂଚନା ଯେ, ଆଜି ଦିନ ଦ୍ବିପ୍ରହର ସମୟରେ ନୂଆ ବଡକେରା ଗ୍ରାମର ରସା ନନ୍ଦ ସାହୁ ଏବଂ ମନୋଜ ସାହୁ ବାଇକ୍ ଯୋଗେ ଅନୁଗୋଳ ଅଞ୍ଚଳକୁ କାର୍ଯ୍ୟ ପାଇଁ ଆସି ଘର କୁ ଫେରୁଥିଲେ । ନୂଆ ବଡକେରା ଛକ ନିକଟରେ ସମ୍ବଲପୁର ଆଡୁ ଅନୁଗୋଳ ଆଡକୁ ଆସୁଥିବା ଏକ କାର (OD02CJ7857) ବାଇକକୁ ମୁହଁମୁହିଁ ଧକ୍କା ଦେଇଥିଲା। ସ୍ଥାନୀୟ ବାସୀ ଦୁଇ ଜଣଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ରସାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ମନୋଜଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ଘଟଣା ବିଷୟରେ ଗାଁ ଲୋକେ କ୍ଷତି ପୂରଣ ପାଇଁ ନୂଆ ବଡକେରା ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଘଟଣା ବିଷୟରେ ଖବର ପାଇ ବନ୍ତଳା ଥାନା ପହଁଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ସରକାର ଙ୍କର ନିୟମ ଅନୁଯାୟୀ ପରିବାର ଲୋକଙ୍କୁ କ୍ଷତି ପୂରଣ ଦିଆଯିବା ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ରୁ ଓହରିଥିଲେ। ଏପଟେ ଘଟଣା ବିଷୟରେ ବନ୍ତଳା ପୋଲିସ କାରକୁ ଜବତ କରିବା ସହ କାର ଚାଳକ କୁ ଅଟକ ରଖି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *