• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୬ଶହ ଲିଟର ଦେଶୀ ମଦ ସହ ଏକ କାରକୁ ଜବତ, ଜଣେ ଗିରଫ

Bymamatanews

Jan 8, 2025
Spread the love

ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ୍ ନିକଟସ୍ଥ ବଙ୍ଗୁ ଗ୍ରାମ ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୬ ଶହ ଲିଟର ଦେଶୀ ମଦ ସହ ଏକ କାରକୁ ଜବତ କରାଯାଇଛି। ଚୋରା ମଦ କାରବାର ସମ୍ପୃକ୍ତ ରାକେଶ ନାଏକକୁ ମଧ୍ୟ ଗିରଫ କରାଯାଇଛି। ଚୋରା ମଦ ଚାଲାଣ ହେଉଥିବା ଖବର ପାଇ ଅନୁଗୋଳ ଅବକାରୀ ସ୍କ୍ୱାର୍ଡ ବଙ୍ଗୁ ଗାଁ ନିକଟରେ ଯାଞ୍ଚ କରୁଥିଲେ । ଏକ କାର ମଦ ନେଇ ଆସୁଥିବା ବେଳେ ଅଟକାର ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ୧୧ଟି ଜାର୍‌କିନ୍‌ରେ ପ୍ରାୟ ୬ ଶହ ଲିଟର ଦେଶୀମଦ କୁ ଜବତ କରାଯାଇଛି। ଏହି ଚଢାଉ ରେ ଅବକାରୀ ଇନ୍ସପେକ୍ଟର ଭକ୍ତବତ୍ସଳ ବର୍ମା, ଏସ୍‌ଆଇ ସମୀର ମହାଳିକ, ସନ୍ତୋଷ ସେନାପତି, ସୁକୁଲ ହେମ୍ବ୍ରମ, ସୁରେଶ ପାଲ, ମମତା ପଳେଇଙ୍କ ସହ କର୍ମଚାରୀମାନେ ସାମିଲ ରହି ଥିଲେ ।

Leave a Reply

Your email address will not be published. Required fields are marked *