ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତର ଜଣ ଙ୍କ ହେଲେ ଜରପଡ଼ା ଥାନା ଓଗି ଗ୍ରାମର ଦୁର୍ଯ୍ୟୋଧନ ପଧାନ ଙ୍କ ପୁଅ ସୁମନ୍ତ ପଧାନ । ସୂଚନା ଯେ, ଆଜି ସକାଳ ସମୟରେ ଜରପଡ଼ା ଥାନା ଓଗି ଗ୍ରାମର ଦୁର୍ଯ୍ୟୋଧନ ପଧାନ ଙ୍କ ପୁଅ ସୁମନ୍ତ ପଧାନ (୨୫) ଘର ପାଖ ରେ ଥିବା ଏକ ନାଳ ନିକଟ କୁ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ। ଯାହା ଫଳରେ ସୁମନ୍ତ ଙ୍କୁ ଭାଲୁ ଆକ୍ରମଣ କରିଥିଲେ। ସୁମନ୍ତ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସୁମନ୍ତ ଙ୍କୁ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ସୁମନ୍ତ ଙ୍କର ମୁଣ୍ଡ, ପିଠି, ଜଙ୍ଗ ରେ ଗଭୀର ଆଘାତ ଲାଗିଛି। ଖବର ପାଇ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି।
