• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

Bymamatanews

Jan 12, 2025
Spread the love

ତାଳଚେର ଧରମପୁର ପଞ୍ଚାୟତର ବିହରିପୂର ଗ୍ରାମରେ ଲିଙ୍ଗରାଜ ଏମସିଏଲ (MCL) ର ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଥିଲା। ଡାକ୍ତର ଯୁଗନାଥ କୌସିକ ଓ ଡାଃ ଆଲମ ଙ୍କୁ ନେଇ ଲୋକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ମେଡିସିନ ପ୍ରଦାନ କରାଯାଇଛି । ତାଳଚେର ଅଞ୍ଚଳ ଏମସିଏଲ ଦ୍ବାରା ପ୍ରଭାବିତ ହେଉଥିବାରୁ ଏମସିଏଲର ତତ୍ତ୍ଵାବଧାନରେ ଲୋକ ମାନଙ୍କର ଟିବି ଟେଷ୍ଟ ମଧ୍ଯ କରାଯାଇଅଛି। ଯଦି କିଛି ସିମଟମ୍ ପରୀକ୍ଷା ରେ ବାହାରେ ତେବେ ସେମାନଂକୁ ଡ଼ାକି ମାଗଣା ରେ ମେଡିସିନ ଦିଆଯିବ ବୋଲି ଡାକ୍ତର ଙ୍କ ପକ୍ଷରୁ ସୂଚନା ମିଳିଛି। ଧରମପୁର , କଙ୍କିଳୀ ଓ ଆଖାପାଖପଞ୍ଚାୟତର ୨୬୫ ଲୋକମାନଙ୍କ ଆଜି ଏହି ସ୍ବାସ୍ଥ୍ୟ ଶିବିର ରେ ସ୍ବାସ୍ଥ୍ୟ ପରୀକ୍ଷା କରଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ଆଜିର ଏହି ସ୍ବାସ୍ଥ୍ୟ ଶିବିର କିପରି ଭାବେ ଲୋକାମନେ ସ୍ବାସ୍ଥ୍ୟ ସେବା ପାଇବେ ସେଥି ନିମନ୍ତେ ସରପଞ୍ଚ ପାଟରାଣୀ ଭୂତିଆ ଓ ସମିତିସଭ୍ୟ ତାରିଣୀ ମହାନ୍ତି ନିଜେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *