• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଷ୍ଟ୍ରୀୟ ବଜରଙ୍ଗ ଦଳ ଅନୁଗୋଳ ପକ୍ଷରୁ ସାଧାରଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Jan 12, 2025
Spread the love

ଅନୁଗୋଳ :ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅନୁବନ୍ଧିତ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଅନୁଗୋଳ ପକ୍ଷରୁ ମଝିକା ଗ୍ରାମରେ ସମସ୍ତ ହିନ୍ଦୁ ସନାତନୀ ମାନଙ୍କୁ ନେଇ ବନ୍ଧୁ ମିଳନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଭାରତ ମାତା, ପ୍ରଭୁ ଶ୍ରୀରାମ, ବଜରଙ୍ଗୀ ହନୁମାନଙ୍କ ଫୋଟ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବୈଠକ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅନୁଗୋଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଏବଂ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଜଗଦୀଶ ମହାପାତ୍ର, ରାଷ୍ଟ୍ରୀୟ ବଜରଙ୍ଗ ଦଳ ମୁଖ୍ୟ ଉପଦେଷ୍ଟା ଶ୍ରୀ ସରୋଜ ଦେବତା(ତପନ ଭାଇ) ଓ ଜ୍ୟୋତି ରଞ୍ଜନ ନାଏକ(ବୁଲୁ ଭାଇ) ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଗୋ ମାତାଙ୍କୁ ସୁରକ୍ଷା, ହିନ୍ଦୁ ଏକତା ମନ୍ତ୍ର, ସାମାଜିକ ସେବା, ବିଧର୍ମୀ ମାନଙ୍କୁ କିପରି ଉଚିତ ଶିକ୍ଷା ଦେବା ଇତ୍ୟାଦି ଉକ୍ତ ସଭାରେ ମୁଖ୍ୟ ଆଲୋଚନାର ବିଷୟ ଚର୍ଚ୍ଚା ହୋଇଥିଲା । ଉକ୍ତ ବୈଠକ ଅମ୍ଳାନ ନାଏକ, ହାଡିବନ୍ଧୁ ସାହୁ, ସୁବ୍ରତ ପରିଡା, ଆଶିଷ ସିଂହଙ୍କ ନେତୃତ୍ୱରେ ଡକା ଯାଇଥିଲା । ଜିଲ୍ଲା ଉପ ସଭାପତି ଅଭିଷେକ ବିଶ୍ଵାଳ, ମୁଖ୍ୟ ସଦସ୍ୟ ଚିତ ରଞ୍ଜନ ନାଏକ(କୁଲୁ ଭାଇ), ମନିସ ତୁଲିଶିଆନ, ମିଲନ ସିଂହ, ପ୍ରତାପ ମିଶ୍ର,ଶୁଶାନ୍ତ ସାହୁ, ସତ୍ୟବ୍ରତ ଦେବତା,ସଞ୍ଜୟ ରାଉତ, ପିକୁନ ନାୟକ, ଦିପ୍ତେଷଗୁଡୁ ମହାନ୍ତି,ଗୌତମ ନାଏକ ଓ ସ୍ଥାନୀୟ ଅଞ୍ଚଳର କିଛି ସରପଞ୍ଚ ମଧ୍ଯ ଉପସ୍ଥିତ ଥିଲେ । ଅନୁଗୋଳ ଜିଲ୍ଲା ରାଷ୍ଟ୍ରୀୟ ବଜରଙ୍ଗ ଦଳର ନୂତନ ସଂପାଦକ ଅମ୍ଲାନ ନାଏକ ଓ ନୂତନ କୋଷାଧ୍ୟକ୍ଷ ହାଡିବନ୍ଧୁ ସାହୁଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା । କିଶୋର ନଗର ଓ ବଅଁରପାଳର ନୂତନ ପ୍ରଖଣ୍ଡ ଗଠନ ଓ ଦାୟିତ୍ବ ବଣ୍ଟନ କରାଯାଇଥିଲା । ଏଥିରେ ନିଜ ଜୀବନକୁ ବାଜି ଲଗାଇ ଏହି ସାମାଜିକ କାର୍ଯ୍ୟରେ ଉତ୍ସର୍ଗ କରୁଥିବା ସଦସ୍ୟ ମାନଙ୍କୁ ଏବଂ କିଛି ଗଣମାଧ୍ୟମ ବନ୍ଧୁ ମାନଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *