• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା ବାଉତି ପ୍ରିମିୟମ ଲିଗ୍ କର୍କ ବଲ ଟୁର୍ନାମେଣ୍ଟ ଉଦଘାଟିତ।

Bymamatanews

Jan 12, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟ ଗଡ଼ବୁଢାପଙ୍କ ହାଇସ୍କୁଲ ଖେଳ ପଡିଆରେ ମା ବାଉତି ପ୍ରିମିୟମ ଲିଗ କର୍କ ବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡାକ୍ତର ସୁଚିସ୍ମିତା ସାମଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଲ୍ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟଟି ତିନି ଦିନ ଧରି ଚାଲିବ। ଚାରୋଟି ଦଳ ଟୁର୍ନାମେଣ୍ଟ ରେ ଭାଗ ନେଇଥିବା ବେଳେ ପ୍ରତ୍ଯେକ ଦଳ ମଧ୍ୟରେ ତିନୋଟି ମ୍ଯାଚ କରି ଖେଳ ହେବ। ପ୍ରଥମ ଦିନରେ ପ୍ରଥମ ମ୍ଯାଚ ଏମ ଏଲ ଡି ଫାଇଟର ଓ ଇଲାଇଟି ଇଗଲସ ଇଲେଭେନ ମଧ୍ୟରେ ହୋଇଥିବା ବେଳେ ଏମ ଏଲ ଡି ପ୍ରଥମ ବ୍ୟାଟିଂ କରି ୧୫ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍ କରିଥିଲେ ଜବାବରେ ଇଲାଇଟି ୯ ୱିକେଟ ହରାଇ ୧୪୩ ରନ୍ କରି ପରାଜିତ ହୋଇଥିଲେ। ଦିତୀୟ ମ୍ଯାଚ ୟୁଥ ୱାରିୟର୍ସ ୧୦ ଓଭର୍ ବ୍ୟାଟିଂ କରି ୮ ୱିକେଟ ହରାଇ ୮୯ ରନ୍ ସଂଗ୍ରହ କରିଥିଲେ ଜାବାବ ରେ ଲିଜେଣ୍ଡ ୱାରିୟର୍ସ ସହଳ ୱିକେଟ ପତନ ଦ୍ୱାରା ମାତ୍ରା ୩୮ ରନ୍ ରେ ସମସ୍ତ୍ ୱିକେଟ ହରାଇ ପରାଜିତ ବରଣ କରିଥିଲେ। ତୃତୀୟ ମ୍ଯାଚ ଇଲାଇଟି ଇଗଲସ ୧୦ ଓଭର୍ ଖେଳି ୬ ୱିକେଟ ହରାଇ ୮୭ ରନର ଟାର୍ଗେଟ ଦେଇଥିଲେ ଜାବାବ ରେ ଲିଜେଣ୍ଟ ୱାରିୟର୍ସ ୫ ଟି ୱିକେଟ ହରାଇ ୮୮ ରନ୍ କରି ବଜୟ ଲାଭ କରିଥିଲେ। ପ୍ରଥମ ମ୍ଯାଚରେ ଅବନୀ ଲେଙ୍କା, ଦିତୀୟ ମ୍ଯାଚ ରେ ପ୍ରକାଶ ନାହାକ, ତୃତୀୟ ମ୍ଯାଚ ଅନିଲ ସାମଲ ମ୍ୟାନ ଅଫ ଦି ମ୍ଯାଚ ଘୋଷିତ ହୋଇଥିଲେ। ଖେଳ ପରିଚାଳନାରେ ସ୍ଵାଧୀନ ସାମଲ ଓ ପୀତବାସ ସାମଲ ଦାୟିତ୍ଵ ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟ ପରିଚାଳନା ଦାୟିତ୍ଵ ରେ ଯତୀନ, ଅନିଲ, ପପିନ୍, ଚୀନୁ, ସାଗର,ପିଲୁ, ନାଲୁ, ସିଲୁ, ଚିନ୍ତାମଣି ପ୍ରମୂଖ ଉପସ୍ଥିତ ରହି ଖେଳ ସମ୍ପନ୍ନ ହୋଇଥିଲା

Leave a Reply

Your email address will not be published. Required fields are marked *