• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଆକ୍ରମଣରେ ଜଣେ ଗୁରୁତ୍ତର

Bymamatanews

Jan 13, 2025
Spread the love

ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଆମ୍ବ ବଗିଚାରେ ଭୋଜି କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତର ଜଣ ଙ୍କ ହେଲେ ଖଣ୍ଡହତା ଗ୍ରାମର ଗୁଣନିଧି ସାହୁ ଙ୍କ ପୁଅ ପ୍ରଶାନ୍ତ ସାହୁ । ସୂଚନା ଯେ, ଖଣ୍ଡହତା ଗ୍ରାମର ପ୍ରଶାନ୍ତ ସାହୁ ଏବଂ ଗ୍ରାମର କିଛି ଲୋକ ସାଙ୍ଗ ହୋଇ ଗ୍ରାମ ନିକଟରେ ଥିବା ଆମ୍ବ ବଗିଚା ରେ ଆଜି ଭୋଜି କରୁଥିଲେ। ଅପରାହ୍ନ ୫ ଘଟିକା ବେଳେ ସେହି ଆମ୍ବ ବଗିଚା କୁ ହଠାତ୍ ହାତୀ ଆସିଥିଲେ। ହାତୀ ସମସ୍ତ ଙ୍କୁ ଗୋଡାଇ ଥିଲେ। ଯାହା ଫଳରେ ସମସ୍ତେ ଜୀବନ ବିକଳ ରେ ଦୌଡ଼ି ବାକୁ ଲାଗିଲେ। ହାତୀ ହାବୁଡରେ ପ୍ରଶାନ୍ତ ପଡି ଯାଇଥିଲେ। ଯାହା ଫଳରେ ହାତୀ ପ୍ରଶାନ୍ତ ଙ୍କୁ ଟେକି କଚାଡି ଦେଇଥିଲା। ପ୍ରଶାନ୍ତ ଚିତ୍କାର କରିବା ରୁ ଅନ୍ୟ ମାନେ ଆସି ପ୍ରଶାନ୍ତ ଙ୍କୁ ଉଧାର୍ କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଶାନ୍ତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ପ୍ରଶାନ୍ତ ଙ୍କର ଗୋଡ଼, ହାତ, ପିଠି, ଅଣ୍ଟା, ଛାତି ରେ ଗଭୀର ଆଘାତ ଲାଗିଛି। ଖବର ପାଇ ବନ ବିଭାଗ ପହଁଚି ଖଣ୍ଡହତା ଅଞ୍ଚଳରୁ ହାତୀ ଘୋଉଡାଇବା ସହ ପ୍ରଶାନ୍ତ ଙ୍କର ଚିକିତ୍ସା କରାଇବାରେ ସହଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *