• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶ୍ରୀ ଶ୍ରୀ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପିଠରେ ପୈଷ ପୃର୍ଣ୍ଣିମା ପାଳିତ

Bymamatanews

Jan 15, 2025
Spread the love

ଆଳି ବ୍ଳକ ଅନ୍ତର୍ଗତ ନମୈଜା ଠାରେ ସ୍ଥାପିତ ୨୦୦୫ ମସିହାରେ ହୋଇଥିବା ଶ୍ରୀ ଶ୍ରୀ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପ୍ରବଦିତ ନମୈଜା ସାରସ୍ଵତ ସଂଘ ର ପୈଷ ପୃର୍ଣ୍ଣିମା ମହାସମାରୋହରେ ସମ୍ମାନର ସହ ପାଳିତ ହୋଇଯାଇଛି। ଏଠାରେ ପ୍ରତି ପୃର୍ଣ୍ଣିମାରେ ଠାକୁରଙ୍କ ଗୁରୁ ପୂଜନ,ବନ୍ଦନା,ଭଜନ କୀର୍ତ୍ତନ ସହିତ ଦ୍ବିତୀୟ ଅଧିବେଶନରେ ନିୟମ ଅନୁଯାୟୀ ଭକ୍ତଙ୍କ ସହିତ ଭାବ ବିନିମୟ ହୁଏ ।

ସମସ୍ତ ଜଗତ କିଭଳି ଭଲରେ ରହିବେ ସେ ବିଷୟରେ ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଇଥାଏ ।ପ୍ରତି ପୃର୍ଣ୍ଣିମାରେ ମା ମାନେ ଆସନ୍ତି ମନ୍ଦିରକୁ।ପୈଷ ପୃର୍ଣ୍ଣିମା ହେଉଛି ଦେବାଭିଷେକ ପୂର୍ଣ୍ଣିମା।ପ୍ରତି ପୃର୍ଣ୍ଣିମାରେ ୯ ଖଣ୍ଡ ଗ୍ରାମର ଭକ୍ତମାନେ ଆସି ଗୁରୁ ଗିତା ପାଠ, ଭଜନ କୀର୍ତ୍ତନ ସହିତ ପ୍ରସାଦ ସେବନ କରିଥାନ୍ତି।ସମସ୍ତ କାର୍ଯ୍ୟକ୍ରମକୁ ନମୈଜା ସାରସ୍ଵତ ସଂଘ ର ମୁଖ୍ୟ ସ୍ରଷ୍ଟା ଓ ମୁଖ୍ୟ ଉପଦେଷ୍ଟା ସମାଜସେବୀ ତଥା ଇଞ୍ଜିନିୟରି ପରୋପକାରି ନିଳାଦ୍ରୀ ଭୁଷଣ ମହାପାତ୍ର, ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ସଂପାଦକ ବିନୋଦ ଚନ୍ଦ୍ର ଦାସ,ଉପ ସଭାପତି ରବିନ୍ଦ୍ର କୁମାର ସ୍ବାଇଁ,ସଭ୍ୟ ଦୃର୍ଗା ପ୍ରସନ୍ନ ଜେନା ଓ ଭକ୍ତ ଯଶୋବନ୍ତ ନାୟକ ପ୍ରମୁଖଙ୍କ ତତ୍ବାବଧାନରେ ପାଳନ କରାଯାଏ ଥାଏ

Leave a Reply

Your email address will not be published. Required fields are marked *