• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜଗତସିଂହପୁର ସୋମନାଥ ହାଟରେ ପ୍ରସିଦ୍ଧ ମକର ଯାତ୍ରା ଅନୁଷ୍ଠିତ

Bymamatanews

Jan 15, 2025
Spread the love


ଜଗତସିଂହପୁର ର ସର୍ବ ପୁରାତନ ସୋମନାଥ ହାଟ ପଡ଼ିଆରେ ପ୍ରସିଦ୍ଧ ମକର ଯାତ୍ରା ର ସ୍ୱତନ୍ତ୍ରତା ରହିଛି। ଦୀର୍ଘ ଏକ ମାସ ଧରି ସୋମନାଥ ହାଟ ପଡିଆରେ ମକର ଯାତ୍ରା ଅନୁଷ୍ଠିତ ହୁଏ |

ମକର ଯାତ୍ରା ଦେଖିବା ପାଇଁ ଜଗତସିଂହପୁର ଜିଲା ର ପୁରପଲ୍ଲୀ ରୁ ଦୈନଦିନ ହଜାର ହଜାର ଜନସାଧାରଣ ଙ୍କ ସମାଗମ ହୋଇଥାଏ l ଏହି ଯାତ୍ରାର ବିଶେଶ୍ୱତ୍ବ ହେଉଛି ଘରକରଣା ସାମଗ୍ରୀଠାରୁ ସୁସ୍ୱାଦୁ ଖାଦ୍ୟ, ରାମଦୋଳି ,ମିନା ବଜ଼ାର ପିଲାଙ୍କ ଖେଳଣା ସାମଗ୍ରୀ ଆଦି ସବୁକିଛି ମିଳିଥାଏ | ଏହି ମକର ମେଳାରେ ପଥର ତିଆରି ସାମଗ୍ରୀ, କାଠ ତିଆରି ସାମଗ୍ରୀ, ଲୁହା, ପିତଳ ଓ ତମ୍ବା ତିଆରି ଅନେକ ସାମଗ୍ରୀ ମିଳିଥାଏ |ମକର ମେଳାରେ ଅପେରା ସାଙ୍ଗକୁ ସାର୍କସ ଓ ମେଜିକ ଆଦି ମଧ୍ୟ ମନୋରଞ୍ଜନର ମାଧ୍ୟମ ହୋଇଥାଏ l ଧାନ ଅମଳ ସରିଯାଇଥିବାରୁ ଲୋକେ ମକର ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି l ଏହି ମକର ଯାତ୍ରା ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭହୋଇ ମାସେ ପର୍ଯ୍ୟନ୍ତ ଚାଲିଥାଏ l ପରମ୍ପରା ଅନୁଯାୟୀ ସ୍ଥାନୀୟ ହାଟ ବାଜାରସ୍ଥିତ ମୁଚୁକୁନ୍ଦ ସୋମନାଥଙ୍କ ପୀଠରେ ହରିହର ଭେଟ ନେଇ ପାଞ୍ଚ ଦୋଳ ଯଥା ସିପିସ୍ଥିତ ମୁକ୍ତେଶ୍ଵର, ଦେଭୋଗର ରାଧାମାଧବ, ଚାଟରାର ଦୁଇଟି ସ୍ଥାନରୁ ରାଧାକାନ୍ତ ଶୋଭାଯାତ୍ରାରେ ମେଳଣ ପଡିଆକୁ ଆସି ଥାଆନ୍ତି । ଶେଷରେ ମୁଚୁକୁନ୍ଦ ସୋମନାଥ ଚାରି ଦୋଳଙ୍କୁ ସ୍ୱାଗତ କରି ମେଳଣସ୍ଥଳ ପର୍ଯ୍ୟନ୍ତ ନେଇ ଥାଆନ୍ତି l ଏହାପରେ ପଞ୍ଚୁ
ଦୋଳ ମେଳଣ ନିମିତ୍ତ ପୂଜାପାଠ ଓ ମକର ଚାଉଳ ଭୋଗ ଲାଗି କରାଯାଇ ମକର ଉତ୍ସବର ଶୁଭାରମ୍ଭ କରାଯାଇଥାଏ।ଏହି ମକର ଉତ୍ସବ ପାଳନ ପାଇଁ ଅଞ୍ଚଳ ବାସି ବାଜା ବାଣ ସହିତ ସଂକୀର୍ତନ ଶୋଭାଯାତ୍ରାରେ ଆସି ଆନନ୍ଦ ଉଲ୍ଲାସ ର ସହିତ ପାଳନ କରିଥାନ୍ତି।ଏହି ଅବସରରେ ସମଗ୍ର ଅଞ୍ଚଳ ବାଜା ବାଣ ରୋଷଣିରେ ପ୍ରକମ୍ପିତ ହୋଇପଡେ | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *