କିଛିଦିନ ତଳେ ନବରତ୍ନ କାରଖାନା ନାଲକୋର ଫାଉଣ୍ଡେସନ୍ ଦିବସ ପାଳି ମଉଜ କରୁଥିଲେ ଅଧିକାରୀ ମାନେ କିନ୍ତୁ ଗତ ୧୬ ବର୍ଷ ଧରି ନାଲକୋ କ୍ଷତିଗ୍ରସ୍ତ ପ୍ରଜାମାନେ ନିଜର ଦାବି ନେଇ ଯେଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସେଥିପ୍ରତି ନାଲକୋ ଅଣଦେଖା କରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ଆଜି ଏହି କାରଣରୁ ତାଳଚେର ଅନୁଗୋଳ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆରମ୍ଭ ହୋଇଛି। ପ୍ରଜାସଂଘ ର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲଙ୍କ ଅନୁସାରେ ନାଲକୋ ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ୨୦୦୬ ରୁ ୨୦୦୮ ଏବଂ ୨୦୦୮ ରୁ ୨୦୧୦ ମଧ୍ୟରେ ଦ୍ଵିତୀୟ, ତୃତୀୟ ବ୍ୟାଚ ର କ୍ଷତିଗ୍ରସ୍ତ ପରିବାର ର ୧୯୮ଜଣ ଯୁବକ ଯୁବତୀଙ୍କୁ ଆଇ ଟି ଆଈ ଟ୍ରେନିଂ ଦେବାର ସୁବିଧା କରିଥିଲେ।

କିନ୍ତୁ ଟ୍ରେନିଂ ପରେ ପ୍ରଥମ, ଦ୍ଵିତୀୟ ବ୍ୟାଚ ଭଳି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନଥିଲା। ଏହାପରେ କ୍ଷତିଗ୍ରସ୍ତ ପ୍ରଜା ଙ୍କ ପକ୍ଷରୁ ଉଚ୍ଚା ନ୍ୟାୟାଳୟ ର ଦ୍ୱାରସ୍ଥ ହେବା ପରେ କୋର୍ଟ ରିଟ ପିଟିସନ ନଂ ୧୯୬୨୨/୨୦୧୦ ଉପରେ ତୃତୀୟ ଓ ଚତୁର୍ଥ ବ୍ୟାଚ ର ଆଇ ଟି ଆଇ ଧାରି ଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଥିଲା। ଏହା ସତ୍ୱେ ନାଲକୋ ଓ ଜିଲ୍ଲା ପ୍ରଶାସନ ବାରମ୍ବାର କ୍ଷତିଗ୍ରସ୍ତ ପ୍ରଜାଙ୍କ ସହ ପ୍ରତାରଣା କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ଦିନର ବ୍ୟବଧାନ ପରେ ନାଲକୋ ବିଭିନ୍ନ ପାଦ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଥିବା ବେଳେ ୨୦.୧୨.୨୪ ର ଉକ୍ତ ବିଜ୍ଞାପନ କୁ ବାତିଲ କରି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସେ ସ୍ଥାନରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ସଙ୍ଘ କର୍ମକର୍ତା। ସଙ୍ଘ ପକ୍ଷରୁ ଏଥିପାଇଁ ଆଜି ଏକ ରାଲି ବାହାର କରାଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଗଣ ଧାରଣା ଆରମ୍ଭ କରାଯାଇଛି। ନାଲକୋ କର୍ତୃପକ୍ଷ ଓ ପ୍ରଶାସନ ର ଖାମ ଖିଆଲି ନୀତି ଓ ଅବହେଳା କୁ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

