ଆଜି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବାବେଳେ ଅନୁଗୋଳ ସବ ଡିଭିଜନରେ ମଧ୍ୟ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି ।

ଅନୁଗୋଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଓ ଛେଣ୍ଡିପଦା ବିଧାୟକ ଯୋଗଦେଇ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ସୂଚନାଅନୁଯାୟୀ, ଅନୁଗୋଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ବିଭିନ୍ନ କ୍ଷେତ୍ରର ଏହି ବର୍ଦ୍ଧିତ ଭତ୍ତା ପାଇବାକୁ ଥିବାବେଳେ ଅନୁଗୋଳ ଉପଖଣ୍ଡରେ ମୋଟ ୩୯୪୦ ଜଣ ହିତାଧିକାରୀ ଏହି ବର୍ଦ୍ଧିତ ଭତ୍ତା ପାଇବେ । ପୂର୍ବରୁ ମଧୁବାବୁ ପେନସନ ଯୋଜନା ବା ଜାତୀୟ ସାମାଜିକ ସହାୟତା ଯୋଜନାରେ ହିତାଧିକାରୀ ପ୍ରଥମେ ୧ ହଜାର ଟଙ୍କା ଏବଂ ବୟସାଧିକ ହେବା ପରେ ୧୨ ଶହ ଟଙ୍କା ପାଉଥିଲେ। ସେହିପରି ଭିନ୍ନକ୍ଷମ ୧ ହଜାର ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ୧୨ ଶହ ଟଙ୍କା ପାଉଥିଲେ। ବର୍ତ୍ତମାନ ଏହି ବର୍ଦ୍ଧିତ ଭତ୍ତା ଯୋଗ୍ୟ ହିତାଧିକାରୀଙ୍କୁ ମିଳିଥିବାବେଳେ ଏହାକୁ ନେଇ ହିତାଧିକାରୀମାନେ ଖୁସି ଵ୍ୟକ୍ତ କରିଛନ୍ତି ।
ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲଙ୍କ ରିପୋର୍ଟ ମମତା ନ୍ୟୁଜ
