ସାଧାରଣ ଜନତାଙ୍କ କଥା ଦୂରର କଥା ଏବେ ଦୃବର୍ତ୍ତ ଙ୍କ ଟାର୍ଗେଟ ରେ ମନ୍ଦିର ଅନୁଷ୍ଠାନ
ସହରର ମଧ୍ୟଭାଗରେ ଥିବା ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି ପରି ଘଟିଛି ଅଘଟଣ
ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୁର୍ତ୍ତ ଚୋରି କରି ନେଇଥିବା ଜଣା ପଡ଼ିଛି । ଆଜି ସକାଳ ସମୟରେ ପୂଜକ ନୀତିକାନ୍ତି କରିବାକୁ ଆସିବା ସମୟରେ ଚୋରି ହୋଇଥିବା ଜାଣି ପାରିବା ସହ ଏ ନେଇ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଘଟଣା ବିଷୟରେ ଖବର ପାଇ ତୁରନ୍ତ ମନ୍ଦିରରେ ପହଁଞ୍ଚିବା ସହ ଘଟଣାର ତଦନ୍ତ ଓ ଅନୁସନ୍ଧାନ ଆରମ୍ଭ କରିଥିଲା ।ପ୍ରାରମ୍ଭିକ ଅନୁସନ୍ଧାନରୁ ହୁଣ୍ଡିରୁ ଚୋରି ସହ ଶ୍ରୀ ଜୀଉଙ୍କ ତିନୋଟି ମଥାମଣି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହା ସହ ଅନ୍ୟ କଣ ଚୋରି ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ସାଇଣ୍ଟିଫିକ ଟିମ ଡକାଇ ଅଧିକ ତଦନ୍ତ ଜାରି ରଖିଛି । ମନ୍ଦିରରେ CCTV ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟ କରୁନଥିବା ମନ୍ଦିର ପରିଚାଳନା କମିଟି ସମ୍ପାଦକ କହିଥିବାବେଳେ ମନ୍ଦିରରୁ ଚୋରିକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତଂକ ମନରେ ଆଘାତ ଲାଗିଥିବା ବେଳେ ଏହାକୁ ନେଇ ଜାହିର କରିଛନ୍ତି ଅସନ୍ତୋଷ । ଏହିପରି ଅଘଟଣ କୁ ଜଗନ୍ନାଥ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ଦିର ପରିଚାଳନା କମିଟିର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ଜଗନ୍ନାଥ ସେନା । ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ କୌଣସି ବନ୍ଦୋବସ୍ତ ଆଜିଯାଏ କରା ନ ଯିବାରୁ ଚୋର ଚୋରି କରିବାକୁ ସୁଯୋଗ ପାଇଛି ବୋଲି ଅଭିଯୋଗ କରି ମନ୍ଦିର ପରିଚାଳନା କମିଟି ବଦଳାଇବା ଦାବିରେ ଧାରଣାରେ ବସିଛନ୍ତି ଜଗନ୍ନାଥ ସେନା ସଦସ୍ୟ ।
ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ମମତା ନ୍ୟୁଜ
