
ଅନୁଗୋଳ : କେଏସ୍ଏସ୍ଏ ସିକ୍ୟୁରିଟ ବାରାକ୍ ନିକଟସ୍ଥ ଭଲିବଲ ପଡିଆ, ଅନୁଗୋଳ ପରିସରରେ ନେହେରୁ ଯୁବ କେନ୍ଦ୍ର, ଅନୁଗୋଳ ଆନୁକୁଲ୍ୟରେ ଏବଂ ସାମାଜିକ ସଂଗଠନ “ସ୍ପନ୍ଦନ” ତରଫରୁ ୩୬ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରୀ ୧୭- ଜାନୁଆରୀ ୨୩) ଉପଲକ୍ଷେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ସ୍ପନ୍ଦନ”ର ସଦସ୍ୟ ବିଭୁ ପ୍ରସାଦ ଶତପଥୀ ଉପସ୍ଥିତ ଥିବା ଯୁବକ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ମାନଙ୍କୁ ସଚେତନତା କରିବା ସହିତ ସଡ଼କରେ ଘଟୁଥିବା ବିଭିନ୍ନ ଦୁର୍ଘଟଣାର କାରଣ, ପ୍ରତିକାର, ଦୁର୍ଘଟଣାଜନିତ ସରକାରଙ୍କର ସହାୟତା ରାଶି, ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଯଥା ଶୀଘ୍ର ନିକଟସ୍ଥ ହାସପତାଳକୁ ତୁରନ୍ତ ସ୍ଥାନାନ୍ତରଣ କରି ବ୍ୟକ୍ତ୍ତିର ଜୀବନ ବଞ୍ଚାଇବା ଦ୍ଵାରା ହାସପାତାଳକୁ ଆଣିଥିବା ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କାର, ସୋଲାସୀୟମ ଫଣ୍ଡ ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନାଲକୋ କୋଇଲା ଖଣି ଦାୟିତ୍ୱରେ ଥିବା ଦରିଷ୍ଠ ପ୍ରବନ୍ଧକ ଶୁଭାଶିଷ ପଣ୍ଡା, ନାଲକୋ ହାସପତାଳର ଏଜିଏମ୍ ଡକ୍ଟର ଚିନ୍ମୟ କୁମାର ବାରିକ, ସାମାଜିକ କର୍ମୀ ଶ୍ରୀକାନ୍ତ କୁମାର ସାହୁ ଯୋଗଦେଇ ମଦ୍ୟପାନ ନକରି ଗାଡ଼ି ଚଲାଇବା, ମଦ୍ୟପାନ କରିବା ଦ୍ଵାରା ଆମ ମାନସିକ ଅବସ୍ଥା ସହିତ ରାସ୍ତା ଦୁର୍ଘଟଣା ବୃଦ୍ଧି, ଟ୍ରାଫିକ ନିୟମ ମାନିବାକୁ, ଜେବ୍ରା କସିଂ ପୂର୍ବରୁ ଗାଡ଼ିକୁ ରଖିବା ଏବଂ ପଥଚରୀଙ୍କୁ ଯିବାକୁ ଦେବା, ଅନ୍ୟ ମନସ୍କ ହୋଇ ଗାଡିଚଳନା ନକରିବା, ଦ୍ରୁତ ଗତିରେ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା ସହିତ ହେଲମେଟ ଫିତାକୁ ଗଣ୍ଠି ପକାଇବା, ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ ବ୍ୟବହାର ନକରିବା, ଯଦି କାହା ସହିତ କଥା ହେବା ତେବେ ରାସ୍ତାର ପାର୍ଶ୍ୱକୁ ଯାଇ କଥା ହେବା ସହିତ ରାସ୍ତାକୁ ଉଠିବା ପୂର୍ବରୁ ପଛରୁ କିଛି ଗାଡି ଆସୁନାହିଁ ବୋଲି ସ୍ଥିର ହେବାପରେ ଗାଡି ଚାଳନା କରିବା, ସିଟ୍ ବେଲ୍ଟ ପିନ୍ଧିବା, କାନ କିମ୍ବା ମୁଣ୍ଡ ଫୋନ ଲଗାଇ ଗୀତ ଶୁଣି ଗାଡି ଚାଳନା ନକରିବା, ବିନା ଲାଇସେନ୍ସରେ ଗାଡ଼ି ଚାଳନା ନକରିବା, ପଛରୁ କୌଣସି ଗାଡି ଆସୁଛି କି ନାହିଁ ଦେଖିବା ପାଇଁ ପଛ ଆଇନା ବ୍ୟବହାର କରିବା, ଗାଡ଼ିର ପ୍ରେସର୍ ଏବଂ ବ୍ରେକ୍ ଠିକ୍ ଅଛି କି ନାହିଁ ନିଶ୍ଚିତ ହେବା, ବସ୍, ଅଟୋ କିମ୍ବା କୌଣସି ଚାରି ଚକିଆ ଯାନରେ ଯିବା ସମୟରେ ଝରକା ଦେଇ ବାହାରକୁ କୌଣସି ଜିନିଷ ନଫୋପାଡ଼ିବା କିମ୍ବା ବାନ୍ତି ନକରିବା, ଅଯଥା ହମ୍ପସ ନିର୍ମାଣ ନ କରିବା, ଆମ୍ବୁଲାନ୍ସକୁ ରାସ୍ତାରେ ଯିବା ସମୟରେ ସାଇଡ୍ ଦେବା ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିବା ସହିତ ଟ୍ରାଫିକ ନିୟମ ପାଳନ ନକରିବା ଦ୍ଵାରା ସରକାରଙ୍କ ତରଫରୁ ବିଭିନ୍ନ ଦଣ୍ଡ ଏବଂ ଆଇନ ବିଷୟରେ ଆଲୋକପାତ କରିଥିଲେ।
ସୁଶାନ୍ତ କୁମାର ବେହେରା,ଅଶୋକ ପଣ୍ଡା, ବଳରାମ ବେହେରା, ଅଜୟ ବେହେରା ପ୍ରମୁଖ ସଭା କାର୍ଯ୍ୟରେ ସହଯୋଗ କରିଥିଲେ।
ଦୀପକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ୪୫ ଜଣ ଉପସ୍ଥିତ ଥିଲେ।
ଧନ୍ୟବାଦ୍।
ବିଭୁ ଶତପଥୀ, ସ୍ପନ୍ଦନ, ଅନୁଗୋଳ।
୯୪୩୭୪୪୧୫୫୨
