• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜଗତସିଂହପୁର ଜ଼ିଲ୍ଲା ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ

Bymamatanews

Jan 20, 2025
Spread the love


ଜଗତସିଂହପୁର ଜ଼ିଲ୍ଲା ବାସୀ ଙ୍କ ମୌଳିକ ସମସ୍ୟା ସମାଧାନ ନିମନ୍ତେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିମାସ ରେ ସମସ୍ତ ବ୍ଲକ ଏବଂ ଜ଼ିଲ୍ଲାପାଳ ଙ୍କ ପ୍ରକୋଷ୍ଟ ରେ ଜନଶୁଣାଣୀ ଅଭିଯୋଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି |ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ଜନ ସାଧାରଣ ଅଭିଯୋଗ ଗ୍ରହଣ କରିବା ସହିତ ତାହାର ସମାଧାନ ନିମନ୍ତେ ତ୍ୱରୀତ ପଦକ୍ଷେପ ଗ୍ରହଣ କରିବାକୁ ସରକାରୀ ନିର୍ଦ୍ଧେଶନାମା ଥିବା ବେଳେ ଏବେ ତାହା ବାସ୍ତବ ରୂପାୟନ ହୋଇପାରୁନାହିଁ | ଯେଉଁଥିପାଇଁ ଜନ ଶୁଣାଣି ଅଭିଯୋଗ ପ୍ରହସନ ରେ ପରିଣତ ହେଉଥିବା ଜନ ସାଧାରଣ ଅଭିଯୋଗ କରୁଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *