କ୍ଷତିପୂରଣ ଦାବିରେ ୭ ଘଣ୍ଟା ରାସ୍ତା ଅବରୋଧ
ଲିଖିତ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ପରିବାରବର୍ଗ
ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କମ୍ପାନୀର ଏକ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ କୁ ନେଇ କମ୍ପାନୀ ରାସ୍ତାକୁ କ୍ଷତି ପୂରଣ ନେଇ ପରିବାର ଓ ଗ୍ରାମ ଲୋକେ ୭ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ସୂଚନା ମୁତାବକ ଅଗଷ୍ଟ ୨୦ – ୨୦୨୪ ତାରିଖ ଦିନ ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମର ବାନାମ୍ବର ସେଠି ଙ୍କ ପୁଅ ପରମା ସେଠି (୫୮) ଶଶୁର ଘରୁ ଫେରିଥିବା ବେଳେ ଜିନ୍ଦଲ କମ୍ପାନୀର ଓଡି ୦୧ ଏଚ ୨୫୮୪ ନମ୍ବର ର ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ସେ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏକ ଘରୋଇ ହସ୍ପିଟାଲରେ କମ୍ପାନୀ ସି ଏସ ଆର ତରଫରୁ ତାଙ୍କର ଚିକିତ୍ସିତ ହେଉଥିଲେ ଓ ପରେ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ଅବସ୍ଥାରେ ଶନିବାର ଦିନ ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ କୁ ନେଇ ପରିବାର ଲୋକେ ଓ ସମ୍ପର୍କୀୟ ମାନେ କମ୍ପାନୀର ରାସ୍ତା ସକାଳ ୮ ଟାରୁ ୩ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଖବର ପାଇ ଘଟଣାସ୍ଥଳରେ ଜରପଡା ପୋଲିସ ଓ କାରଖାନା ର ମ୍ୟାନେଜର, ଏଜିଏମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରିବାରଙ୍କର ୪ଟି ଦାବି ରହିଥିବା ବେଳେ ପରିବାର ଓ କମ୍ପାନୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ପରେ ଧାରଣାରୁ ପରିବାରବର୍ଗ ଉଠିଥିଲେ।
