ନା ଫଳକ ଅଛି ନା ଗୋଡ଼ି ଟିଏ ପଡିଚି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସମିତିସଭ୍ଯ
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତର ବାରମଞ୍ଚା ଗ୍ରାମରେ 5th SFC ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଥିଲା । ବିଜୁ ମାଝୀ ଘରଠାରୁ ଆଉଁଳି ନଦୀ ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରା ଯାଇଥିଲା । ତେବେ ଏହି ରାସ୍ତା ନିର୍ମାଣ ନ କରି ନିର୍ବାହୀ ଯନ୍ତ୍ରୀ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଖୋଦ ପଞ୍ଚାୟତର ସମିତିସଭ୍ୟ ଓ ଗ୍ରାମବାସୀ । ସେମାନଙ୍କ କହିବା କଥା ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା ।

ଯେଉଁଥିରେ ପ୍ରାୟ ୫୦୦ ମିଟର ପକ୍କା ସଡକ ନିର୍ମାଣ ହେବା କଥା । ହେଲେ ରାସ୍ତା ନିର୍ମାଣ ପାଇଁ ଫଳକ ନ ଲାଗାଇ ଆଉ ରାସ୍ତାରେ ଗୋଡିଟିଏ ନ ପାକାଇ ଯନ୍ତ୍ରୀ ମହୋଦୟ ବିଲ କରି ସମସ୍ତ ଟଙ୍କା ଚଳୁ କରି ନେଇଛନ୍ତି । ସର୍ବସାଧାରଣ ଲୋକଙ୍କ ହିତ ଲାଗି ଆସିଥିବା ଟଙ୍କା ଯନ୍ତ୍ରୀ ସମ୍ପୂର୍ଣ୍ଣ ଆତ୍ମସାତ କରି ନେଇଥିବା ଆଜି ସମିତିସଭ୍ୟ ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ପିଡ଼ିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗରେ ଉପରିସ୍ଥ ଅଧିକାରୀଙ୍କ ମଧ୍ୟ ହାତ ଅଛି ବୋଲି ଅଭିଯୋଗ ହୋଇଛି ।

