ଅନୁଗୋଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ସ୍ଵାମୀ ର ଛୁରୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତର ଜଣ ଙ୍କ ହେଲେ ବେନ୍ତପୁର ଗିରିଷ ବିଶ୍ଵାଳ ଙ୍କ ସ୍ତ୍ରୀ ସସ୍ମିତା ଭୋଇ (୨୬) । ସୂଚନା ଯେ, ବେନ୍ତପୁର ଗ୍ରାମର ଛବି ବିଶ୍ଵାଳ ଙ୍କ ପୁଅ ଗିରିଷ ବିଶ୍ଵାଳ ଏକ ବର୍ଷ ପୂର୍ବେ ବାରଗୌଣିଆ ଗ୍ରାମର ସସ୍ମିତା ଭୋଇ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ର କିଛି ଦିନ ସବୁ ଠିକଠାକ ଚାଲିଥିଲା। ତା ପର ଠାରୁ ଗିରିଷ ସବୁ ଦିନ ମଦ୍ୟପାନ କରି ଘର କୁ ଆସି ସ୍ତ୍ରୀ ସହ ଝଗଡା ଲାଗୀ ଥାଏ। ଆଜି ଅପରାହ୍ନ ୪ ଘଟିକା ବେଳେ ଗିରିଷ ମଦ୍ୟପାନ କରି ସସ୍ମିତା ଙ୍କ ସହ ଝଗଡା ଲାଗିବା ସହ ଏକ ଧାରୁଆ ଛୁରୀ ରେ ସସ୍ମିତା ଙ୍କୁ ଆକ୍ରମଣ କରିଥିଲେ। ସସ୍ମିତା ଚିତ୍କାର କରିବାରୁ ଘର ଲୋକ ଏବଂ ପଡ଼ିଶା ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ସସ୍ମିତା ଙ୍କର ଡାହାଣ ହାତ ରେ ଗଭୀର ଆଘାତ ଲାଗିଛି। ଏପଟେ ଗିରିଷ ଆକ୍ରମଣ କରି କୁଆଡେ ଚାଲି ଯାଇଥିଲେ। ସସ୍ମିତା ଚିକିତ୍ସା ପରେ ଏ ଘଟଣା ବିଷୟରେ ଥାନା ରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।
