• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଟଳ ଚେରି ଟେବୁଲ୍ ଟ୍ରଷ୍ଟର ପ୍ରଥମ ରକ୍ତଦାନ ଶିବିର, ୧୦୪ ୟୁନିଟ ରକ୍ତ ସଂଗୃହିତ.

Bymamatanews

Jan 23, 2025
Spread the love


ଅମ୍ବାଭୋନା (୨୩/୦୧/୨୦୨୫) ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁକ୍ତା ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ଅଟଳ ଚେରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଶିବାଜୀ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ସହିତ ଅନୁଷ୍ଠିତ ହୋଇଥିଲା ।

ଏହି ରକ୍ତଦାନ ଶିବିର କୁ ପୂର୍ବତନ ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ଫକୀର ମୋହନ ପଟେଲ ଉଦଘାଟନ କରିଥିଲେ । ଏହି ସଭାରେ ସର୍ବପ୍ରଥମେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସ୍କୁଲର ସଂସ୍ଥାପକ ଶ୍ରୀଯୁକ୍ତ ଫକୀର ମୋହନ ପଟେଲ, ବରିଷ୍ଠ ସାମ୍ବାଦିକ ହେମନ୍ତ ପ୍ରଧାନ, ବରିଷ୍ଠ ନାଗରିକ ମୁକୁନ୍ଦ ପ୍ରଧାନ, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ମେହେର, ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ଅଶ୍ଵିନୀ ଦରଜୀ,ବରଗଡ ର ସମାଜ ସେବୀ ଶ୍ରୀମତୀ ସଂଘମିତ୍ରା ପଟେଲ, ଭୁକ୍ତା ସରପଞ୍ଚ ବଳରାମ ବିସର୍ ଓ ପଂଚାୟତ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା ।

ଟ୍ରଷ୍ଟ ର ସଭାପତି ଶିବାଜୀ ପଟେଲ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ସର୍ବାଧିକ ନମ୍ବର ରଖିଥିବା ପ୍ରଥମ ତିନି ଜଣ ମେଧାବୀ ଛାତ୍ରୀଙ୍କୁ ଜୟକରଣ୍ ସମ୍ମାନ ରେ ସମ୍ମାନୀତ କରି ସେମାନଙ୍କୁ ଦଶ ହଜାର ଟଙ୍କା, ପାଞ୍ଚ ହଜାର,ଓ ତିନି ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହି ଦିବସରେ ଅଟଳ ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏକ ପ୍ରଥମ ଥର ରକ୍ତଦାନ ଶିବିର ମଧ୍ୟ ସ୍କୁଲ ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା । ବରଗଡ ବ୍ଲଡ ବ୍ୟାଙ୍କ୍ ର ଟେକ୍ନିସିଏନ୍ ଲିପି କମ୍ପ, ସୁଜିତ କୁମାର ସାହୁ, ସରୋଜ ସୁନା ଓ ଶ୍ରୀବତ୍ସ ସେଠ୍ ଙ୍କ ଦ୍ଵାରା ଏହି ରକ୍ତ ସଂଗୃହୀତ ହୋଇଥିଲା । ଏହି ରକ୍ତଦାନ ଶିବିର ରେ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ପ୍ରଫୁଲ୍ଲ ପ୍ରଧାନ, ବଳରାମ ସା, ଓମ ପ୍ରକାଶ ଭୋଇ, ଅଜିତ ଦାଶ, ନିତ୍ୟାନନ୍ଦ ବେହେରା, ଖଗେଶ୍ବର ପ୍ରଧାନ, ଶଙ୍କର ଭାନୁ ପଟେଲ, ସାମ୍ବାଦିକ ପ୍ରକାଶ ରଥ,ରାଧେଶ୍ୟାମ ସା, ଜିତେନ୍ ମାଣିକ ପୁରୀ, ଶ୍ରୀମନ୍ତ ସାହୁ ଙ୍କ ସମେତ ଚେରି ଟେବୁଲ୍ ଟ୍ରଷ୍ଟ ର ସମସ୍ତ ସଭ୍ୟ ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *