• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।

Bymamatanews

Jan 23, 2025
Spread the love

ତାଳଚେର ଏମସିଏଲ ଲିଙ୍ଗରାଜ ପକ୍ଷରୁ ଦେଉଳବେଡା ସ୍ଥିତ ଏମସିଏଲ ହସ୍ପିଟାଲ ସମ୍ମୁଖରେ ଜନ ଜାଗରଣ ତଥା ସ୍ବାସ୍ଥ୍ୟ ସଚେତନତା ର ଏକ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଦେଉଳବେଡ଼ା ଏମସିଲ ହସ୍ପିଟାଲ ର ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ ଉପସ୍ଥିତ ରହି ଫୁସଫୁସ୍ ଜନିତ ରୋଗ ତଥା ତାଳଚେର ଏକ କୋଇଲା ନଗରୀ ସହର ହୋଇଥିବା ବେଳେ ଅନେକ ଲୋକ ଫୁସଫୁସ ଜନିତ ସମସ୍ୟା ଦେଖା ଦେଇଥାଏ।

ତେଣୁ ଆଜି ଏହି ଫୁସଫୁସ ସମସ୍ୟା ତଥା ରୋଗ ରୁ କିପରି ନିରୋଗ ରହିବେ ତାହା ନିମନ୍ତେ ଆଜି ଅଭିନୟ ମାଧ୍ୟମରେ ସଚେତନ କରାଇବା ସହ ଲୋକ ମାନଙ୍କୁ ପ୍ରତୋକ୍ଷ ଭାବେ ଫୁସଫୁସ ବିଷୟରେ ଜାଣିବା ପାଇଁ ପରୀକ୍ଷଣ କରଯାଇଥିଲା। ଯେଉଁ ମାନଙ୍କ ଫୁସଫୁସ ଜନିତ ସମସ୍ୟା ଆଡ଼କୁ ଗତି କରୁଛି କିମ୍ବା ଫୁସଫୁସ୍ ଜନିତ ରୋଗ ରୁ ରକ୍ଷା ପାଇବା ପାଇଁ ପ୍ରଶିକ୍ଷଣ କରିବା ସହ ଜାଗରଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ସକାଳ ୯ ଘଟିକା ରୁ ଅନୁଷ୍ଠିତ ହୋଇଥିବା ବେଳେ ରାତି ପର୍ଯ୍ୟନ୍ତ ଲୋକ ମାନଙ୍କୁ ସଚେତନ ଓ ପରିକ୍ଷା କରାଯିବାକୁ ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ୍ ପ୍ରକାଶ କରିଛନ୍ତି।

ଅନୁଗୋଳରୁ ରାଜ କିଶୋର ଭୂତିଆ

Leave a Reply

Your email address will not be published. Required fields are marked *