• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭୋଗବେରେଣୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Bymamatanews

Jan 24, 2025
Spread the love

(୨୪/୧/୨୦୨୫)ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭୋଗବେରେଣୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଅନୁଗୋଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଫେସର ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟ,ବଅଁରପାଳର ଓଡ଼ିଆ ଅଧ୍ୟାପକ ମନୋଜ କୁମାର ବେହେରା ମୁଖ୍ୟ ବକ୍ତା, ଭୋଗବେରେଣୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାପଲିନ ସାହୁ ଏବଂ ବିଦ୍ୟାଳୟ ପରିଚାଳନା ସଭାପତି ପ୍ରମୋଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଦିଗରୁ ଉତ୍ସାହ ଓ ପ୍ରେରଣା ଭରା ବକ୍ତବ୍ୟ ରଖିଥିଲେ ତାଙ୍କ। ଶିକ୍ଷୟତ୍ରୀ ରଶ୍ମିତା ପ୍ରଥୋଲ ବିବରଣୀ ଉପସ୍ଥାପନ କରିଥିଲେ ।ଅତିଥିବୃନ୍ଦ ବକ୍ତବ୍ୟ ପରେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ଫଳାଫଳ ଘୋଷଣା କରି ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ପିଲାମାନଙ୍କ ଭିତରେ ପାଠପଢ଼ା ପ୍ରତି ଉତ୍ସାହ ଜାଗ୍ରତ କରିବା ନିମନ୍ତେ ମେଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରଥମ ତିନି ଛାତ୍ରଙ୍କୁ ୧୦୦୦/- ଟଙ୍କା ଲେଖାଏଁ ପୁରସ୍କାର ଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମଞ୍ଚକୁ ରଙ୍ଗୀନ କରିଥିଲେ ।

Leave a Reply

Your email address will not be published. Required fields are marked *