• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

Bymamatanews

Jan 26, 2025
Spread the love

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ଖୁବ୍ ଆକର୍ଷଣୀୟଭାବେ ପାଳନ କରାଯାଇଛି l ସକାଳ ୭ଟା ବାଜି ୩୦ ମିନିଟ୍ ରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଶ୍ରୀମତୀ ଖୁର୍ଷିତା ବେଗମ୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଏନ୍.ସି. ସି, ଗାଇଡ୍, ରେଡ୍-କ୍ରସ ଓ ସିଭିଲିଆନ୍ ଆଦି ଦଳ ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ l

ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା କର ପିଲାମାନଙ୍କୁ ଜୀବନରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ଛାତ୍ର ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ନିର୍ଦ୍ଦେଶନାରେ ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠାଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ l ଏବର୍ଷ ପିଲାମାନେ ଢେଙ୍କାନାଳ ମିନି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପ୍ରତିଯୋଗିତାରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି l ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଗାଇଡ୍ ଦଳ ପ୍ୟାରେଡ୍ ରେ ପ୍ରଥମ ସ୍ଥାନ ଅଧିକାରକରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ଏଥିସହିତ ବିଦ୍ୟାଳୟର ପିଲାମାନେ ମହିମା ଯୋଗ ଅନୁଷ୍ଠାନ ସହିତ ଜଡିତହୋଇ ଯୋଗ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l

Leave a Reply

Your email address will not be published. Required fields are marked *