• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

Bymamatanews

Jan 27, 2025
Spread the love
ସାରା ଦେଶ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଅନୁଗୋଳ ଠାରେ ମଧ୍ୟ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଆୟୋଜିତ ଏହି ଅବସରରେ ଆଜି ଅନୁଗୋଳ ପୋଲିସ୍ ଟ୍ରେନିଂ କଲେଜ୍ ପଡ଼ିଆ ଠାରେ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତର ଯୋଗଦେଇ ପୁର୍ବାହ୍ନ ଘ. ୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା  ପରେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ର ଉଦେଶ୍ୟରେ ନିଜର ଉଦ୍ବୋଧନ ଦେଇଥିଲେ । ସ୍ବାଧ୍ଵନତା ଆନ୍ଦୋଳନ ଜିଲ୍ଲାର ମହା ମନୀଷ ମାନକୁ ମନେ ପକାଇବା ସହ ଜିଲାର ଐତିହ ଓ ଗୌରବ ଆମକୁ ଗର୍ବ କରେ ବୋଲି କହିଥିଲେ । ଦେଶବିକାଶ ଦିଗରେ ଗତି କରୁଛି ଯେଉଁ ବିକାଶରେ ସମସ୍ତେ ଭାଗିଦାରୀ ହେବାକୁ ସେ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ। ପରେ ପରେ ଆୟୋଜିତ ହୋଇଥିଲା ସମ୍ମିଳିତ ପ୍ୟାରେଡ଼। ଜିଲାର ବିଭିନ୍ନ ମହାବିଦ୍ୟାଳୟ ବିଦ୍ୟାଳୟ ଓ ପୋଲିସ ବିଭାଗ ପକ୍ଷରୁ ମୋଟ ୩୪ ଟି ପ୍ୟାରେଡ଼ ଦଳ ଭାଗ ନେଇଥିଲେ। ପ୍ୟାରେଡ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା , ଶେଷରେ କୃତି ଛାତ୍ରଛାତ୍ରୀ ଏବଂ ପ୍ୟାରେଡରେ ଭାଗନେଇଥିବା ଭାଇଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମାରୋହ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ୍, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ, ଉଦୟ କୁମାର ମହାପାତ୍ର ଙ୍କ ସମେତ ବହୁ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ  ।

Leave a Reply

Your email address will not be published. Required fields are marked *