ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ ଭଡ଼ା ରେ ରହୁଥିବା ଜଣେ ଯୁବକ ଆଜି ଦିନ ଦ୍ବିପ୍ରହରରେ ବେକରେ ଗାମୁଛା ଲଗାଇ ଜୀବନ ହାରିଛନ୍ତି। ମୃତକ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଏସ କେ ନାଜୁରୁଲ ଇସଲାମଙ୍କ ପୁଅ ଏସ କେ ସକିଲ ଉଦ୍ଦିନ (୨୩) । ସୂଚନା ଯେ, ପଶ୍ଚିମବଙ୍ଗ ଅଞ୍ଚଳର ଏସ କେ ନାଜୁରୁଲ ଇସଲାମ ଙ୍କ ପୁଅ ଏସ କେ ସକିଲ ଉଦିନ ବିବାହ କରି ଏକ ବର୍ଷ ହେଲା ତୁରଙ୍ଗ ଅଞ୍ଚଳରେ ଭଡା ଘରେ ରହି ମାର୍ବଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ଆଜି ଦିନ ଦ୍ବିପ୍ରହର ବେଳେ କୌଣସି କାରଣରୁ ନିଜ ସ୍ତ୍ରୀ ଙ୍କୁ ଘରେ ବାଟ ଦେଇ ଘର ପାଖରେ ଥିବା ଏକ ଗଛ ରେ ଗାମୁଛା ସାହାଯ୍ୟରେ ବେକ ରେ ଲଗାଇ ଜୀବନ ହାରି ଦେଇଛନ୍ତି । ତାଙ୍କ ସ୍ତ୍ରୀ ଘର ଭିତରେ ଚିତ୍କାର କରି ଡାକିବା ରୁ ପଡ଼ିଶା ଲୋକ ଘର କବାଟ ଖୋଲି ଦେଇଥିଲେ। ଏବଂ ଦେଖିଲେ ଯେ, ଏସ କେ ସକିଲ ଉଦିନ ଗଛ ରେ ଗାମୁଛା ଲଗାଇ ଜୀବନ ହରାଇଛନ୍ତି। ଏହା ଦେଖି ଟାଉନ ଥାନା କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ପୋଲିସ ହସ୍ତାନ୍ତର କରିଛି।
