• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଟ୍ୟନିର୍ଦେଶଜ ମଞ୍ଚ ଜ୍ୟୋତି ଶରତ ଚନ୍ଦ୍ର ବିଶ୍ୱାଳ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Bymamatanews

Jan 31, 2025
Spread the love

ଜଗତସିଂହପୁର ଜ଼ିଲ୍ଲା ର ବରପୁତ୍ର ବିଶିଷ୍ଟ ନାଟ୍ୟନିର୍ଦେଶକ ମଞ୍ଚ ଜ୍ୟୋତି ସ୍ବର୍ଗତ ଶରତ ଚନ୍ଦ୍ର ବିଶ୍ୱାଳ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଜନ୍ମମାଟି ଡିଙ୍ଗିଶ୍ୱର ମଠଦାଣ୍ଡ ଠାରେ ମହାସମାରୋହ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆମ ଓଡିଶା ଓ ରୋଟାରି କ୍ଳବ ର ମିଳିତ ଆନୁକୂଲ୍ୟରେ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଜଗତସିଂହପୁର ର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଚିରଞ୍ଜିବି ବିଶ୍ୱାଳ ରିବନ କାଟି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଡିଙ୍ଗିଶ୍ୱର ଏବଂ ଆଖ ପାଖ ଅଞ୍ଚଳ ର ବହୁ ସ୍ଵେଛାସେବୀ ସ୍ଵେଛାକୃତ ରକ୍ତଦାନ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ନାଟ୍ୟକାର ଶରତ ଚନ୍ଦ୍ର ବିଶ୍ୱାଳ ସ୍ମୁତି କମିଟି ସଭାପତି ବିଜୟ କୁମାର ବିଶ୍ୱାଳ, ସମ୍ପାଦକ ସଂଗ୍ରାମ କେଶରୀ ବିଶ୍ୱାଳ, କୋଷାଧକ୍ଷ ସୁଧୀର ମହାନ୍ତି, ଅନଙ୍ଗ କୁମାର ମହାନ୍ତି, ମନୋରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *