• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସଡ଼କ ସୁରକ୍ଷା ମାସ ପାଳନ ଉଦଯାପିତ

Bymamatanews

Jan 31, 2025
Spread the love

ଢେଙ୍କାନାଳ, ତା. ୩୧.୧. ୨୫- ଚ଼ଳିତ ମାସ ପହିଲାରୁ ପାଳିତ ହେଉଥିବା ସଡ଼କ ସୁରକ୍ଷା ମାସ ପାଳନ ଆଜି ଉଦ୍‌ଯାପିତ ହୋଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଗାନ୍ଧି ମାର୍ଗ ରାସ୍ତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ପିଲାମାନେ ନିଜର ଅଭିଭାବକ ମାନଙ୍କୁ ନିଶ୍ଚିତ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରିବାକୁ କହିଥିଲେ ।

ପ୍ରତ୍ୟେକଙ୍କର ଜୀବନ ଅମୂଲ୍ୟ, ଏହାକୁ ରକ୍ଷା କରି ଦେଶ ନିମନ୍ତେ ଭଲ ଭଲ କାମ କରିବାକୁ ଉତ୍ସାହିତ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ସମସ୍ତେ ସଚେତନ ହେଲେ ଦୁର୍ଘଟଣାରୁ ଆମେ ବଞ୍ଚ ପାରିବା ସହିତ ଅନ୍ୟ ମାନଙ୍କୁ ବଞ୍ଚାଇ ପାରିବା ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ଗୁଡ୍ ସମରିଟାନ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସକାଳେ ବାଜି ଚୌକ ଠାରୁ ଏକ ସଚେତନତା ରାଲି ବାହାରି ଉତ୍ସବ ସ୍ଥଳରେ ପହଞ୍ଚିଥିଲା । ସ୍ଵେଚ୍ଛାକୃତ ରକ୍ତଦାତା ସଂଘର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପାଣି, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ ଉତ୍ସବରେ ଉପସ୍ଥିତ ଥିଲେ । ଶ୍ରୀ ସତ୍ୟନାରାୟଣ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ମଟର ଯାନ ନିରୀକ୍ଷକ ଶ୍ରୀ ଦେବାଶିଷ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *