୮ଟି ସଂସ୍ଥାକୁ ନେଇ ଏହି ଟୁର୍ନାମେଣ୍ଟ ଅୟୋଜିତ ହୋଇଯାଇଛି
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ସାମଲ ଗ୍ରୁପ କ୍ରିକେଟ ପଡିଆରେ କର୍ପୋରେଟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ରେ ମୁଖ୍ୟଅତିଥି ଭାବେ ସାମଲ ଗ୍ରୁପ ମ୍ୟାନେଜିଂ ଡାଇରେକ୍ଟର ଗଙ୍ଗାଧର ସାମଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନରେନ୍ଦ୍ର କୁମାର ସାହୁ, ବିନୋଦ ସାହୁ, ରୁଦ୍ରନାରାୟଣ ମଲ୍ଲିକ, ସନ୍ତୋଷ ନାୟକ ଯୋଗଦାନ କରିଥିଲେ। ମୁଖ୍ୟଅତିଥି ପ୍ରଥମେ ଫିତା କାଟି ପିଚ କୁ ପୂଜାର୍ଚ୍ଚନା କରିବା ସହ ସମସ୍ତ ଖେଳାଳିଙ୍କୁ ଭାଇଚାରା ଓ ଖେଳୁଆଡ ମନୋଭାବରେ ଖେଳିବାକୁ ଉତ୍ସାହିତ କରିଥିଲେ। ପ୍ରଥମଃ ମ୍ୟାଚ ଅନଗୁଳ TPCODL ଓ ଶ୍ରୀ ମେଟାଲିକ୍ସ ବଡବିଲ ଅନୁଷ୍ଠିତ ହୋଇଥିଲା। TPCODL ପ୍ରଥମେ ୧୨ ଓଭର ବ୍ୟାଟିଂ କରି ୧୭୬ ରନ୍ ର ଟାର୍ଗେଟ ଦେଇଥିଲେ ଜବାବରେ ଶ୍ରୀ ମେଟାଲିକ୍ସ ୧୦ ଓଭରରେ ୭ ୱିକେଟ ହରାଇ ବିଜୟ ଲାଭ କରିଥିଲେ। ଦ୍ଵିତୀୟ ମ୍ୟାଚ ରୁଙ୍ଗଟା ମାଇନ୍ସ କାରଖାନା ଢେଙ୍କାନାଳ ଓ GMR କାରଖାନା ଢେଙ୍କାନାଳ ମଧ୍ୟରେ ହୋଇଥିଲା। ରୁଙ୍ଗଟା ମାଇନ୍ସ ପ୍ରଥମେ ବ୍ୟାଟିଂ କରି ୧୭୦ ଟାର୍ଗେଟ ଦେଇଥିଲେ ଜବାବରେ GMR ଦଳ ୧୨୪ ଅଲଆଉଟ୍ ହୋଇ ପରାଜିତ ହୋଇଥିଲେ। ତୃତିୟ ମ୍ୟାଚ ଟାଟା ଷ୍ଟିଲ କାରଖାନା ଦଳ ଓ ଜିନ୍ଦଲ ଷ୍ଟିଲ୍ କାରଖାନା ଦଳ ମଧ୍ୟରେ ହୋଇଥିଲା। ଟାଟା ଷ୍ଟିଲ ପ୍ରଥମ ବ୍ୟାଟିଂ କରି ୧୮୦ ରନ୍ ର ଟାର୍ଗେଟ ରଖିଥିଲା ଜବାବରେ ଜିନ୍ଦଲ ଦଳ ୧୦ ଓଭରରେ ୩ ୱିକେଟ ହରାଇ ବିଜୟ ଲାଭ କରିଥିଲେ। ସେହିପରି ଶେଷ କ୍ୱାଟର ମ୍ୟାଚ ସାମଲ ଗ୍ରୁପ ଓ ନବ ଭାରତ କାରଖାନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନବ ଭାରତ୍ ପ୍ରଥମେ ବ୍ୟାଟିଂ କରି ୧୬୦ ରନର ଟାର୍ଗେଟ ଦେଇଥିଲେ ଜବାବରେ ସାମଲ ଗ୍ରୁପ ୩ ୱିକେଟ ହରାଇ ବିଜୟ ଲାଭ କରିଥିଲେ। ଖେଳ ପରିଚାଳନାରେ ଅରୁଣ କୁମାର ଭୁଇଁଆ, ବିଶ୍ଵଜିତ ସାମଲ, ଭାଷ୍ଯକାର ଭାବେ ଅଜିତ ଦାସ, ସ୍କୋର ବୋର୍ଡ ଦାୟିତ୍ଵ ରେ ସୁବାସ ପ୍ରଧାନ ଓ ମନୋରଞ୍ଜନ ମହାରଣା ଦାୟିତ୍ଵ ନିର୍ବାହ କରିଥିଲେ। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସୁନୀଲ ଦାସ, ଚିତରଞ୍ଜନ ସାହୁ, ବିଷ୍ନୁ ଚରଣ ମହାରଣା, ସନ୍ଦୀପ ପରିଡା, ସନ୍ତୋଷ ରଥ, ସତ୍ୟବ୍ରତ ଜେନା, ଚୀନୁ, ସିପୁନ୍, ଗୌତମ, ପ୍ରବିଣ, ସୁଶାନ୍ତ ମହାକୁଡ଼ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ ।
