• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମାନସିକ ବିକାରଗ୍ରସ୍ତ ଯୁବତୀକୁ ବଳାତ୍କାର ଅଭିଯୋଗ

Bymamatanews

Feb 3, 2025
Spread the love

ଥାନାରେ ଅଭିଯୋଗ ଆଣିଲେ ପୀଡିତାଙ୍କ ବାପା

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳକ ଦ୍ଵାରା ମାନସିକ ବିକାରଗ୍ରସ୍ତ ଯୁବତୀକୁ ବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ପୀଡିତା ଜଣଙ୍କ ଜଣେ ୨୫ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବତୀକୁ। ପରିବାର ବର୍ଗ ଘରେ ନଥିବା ସମୟରେ ଯୁବତୀ ଜଣଙ୍କ ଘରେ ଶୋଇଥିଲେ। ପୂର୍ବରୁ ସେଇ ଗ୍ରାମ ରେ ଯୁବତୀର ସମ୍ପର୍କୀୟ ଭାଇ ଆସି ରହୁଥିଲେ। ଘରେ କେହି ନଥିବା ଦେଖି ସୁଯୋଗ ନେଇ ଘର ଭିତରେ ପ୍ରବେଶ କରି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। କାହାକୁ ଏହା ବିଷୟରେ ଜଣାଇଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲେ। ପରିବାରବର୍ଗ ଆସି ପହଁଞ୍ଚିବା ପରେ ଝିଅ ସବୁ କିଛି ଜଣାଇଥିଲେ। ପରିବାରବର୍ଗ ଏହା ଜାଣି ପାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ପକ୍ଷରୁ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *