ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ତରୁଣସେନ ପ୍ରଧାନଙ୍କ ପୁଅ ଅରୁଣ ପ୍ରଧାନଙ୍କୁ ବଲଙ୍ଗ ଗ୍ରାମର ଛବିରାମ ବିଶ୍ଵାଳଙ୍କ ଝିଅ ତେଜସ୍ମିତା ବିଶ୍ବାଳ (୨୮) ୨୦୨୦ ମସିହାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିବା ବେଳେ ତାପରେ ଠାରୁ ଆରମ୍ବ ହୋଇଥିଲା ତେଜସ୍ମିତା ଉପରେ ପ୍ରତାରଣା । ଯାହା ଫଳରେ ତେଜସ୍ମିତା ବାପ ଘର ku ଫୋନ୍ କରି ଶଶୁର ଘର ଲୋକ ଦୁଇ ଲକ୍ଷ ଟଙ୍କା ଯୌତୁକ ମାଗୁଛନ୍ତି ବୋଲି କହିଥିଲା। ଟଙ୍କା ନଦେଲେ ଶଶୁର ଘର ଲୋକ ଜୀବନରୁ ମାରିଦେବେ ବୋଲି ବାପାଙ୍କୁ ଫୋନ କରି କହିଥିଲେ। ଗତ କାଲି ରାତି ସାଢ଼େ ଆଠଟା ସମୟରେ ଛବିରାମ ଖବର ପାଇଲେ କି ତାଙ୍କ ଝିଅ ମେଡ଼ିକାଲରେ ପଡିଛନ୍ତି। ତେଣୁ ଛବିରାମଙ୍କ ପରିବାର ଲୋକ ଆସି ବେଳକୁ ତାଙ୍କ ଝିଅର ମୃତ୍ୟୁ ହୋଇ ସାରିଥିଲା । ଝିଅର ମୃତ ଶରୀର ଦେଖି ଜାଣି ବାକୁ ପାଇଲେ ଯେ, ତେଜସ୍ମିତା ଙ୍କ ମୃତ ଶରୀର ର ବେକରେ ଦାଗ ରହିଛି। ଏଣୁ ତାଙ୍କ ଝିଅକୁ ଝିଅର ଶାଶୂ, ଶଶୁର ଓ ଜ୍ୱାଇଁ ମାରିଦେଇଥିବା ନେଇ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ଏ ଘଟଣା ବିଷୟରେ ବନ୍ତଳା ଥାନା ଅଧିକାରୀ ଙ୍କୁ ପଚାରିବାରୁ ରୁ ତଦନ୍ତ ଚାଲିଛି ବୋଲି କହିଥିଲେ।
