• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ ଖବର ପାଇ ଭେଟିଲେ ନବୀନ

Bymamatanews

Feb 4, 2025
Spread the love

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ବାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ସୁଶାନ୍ତଙ୍କୁ ହସ୍ପିଟାଲରେ ଭେଟିବାକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଖବର ପାଇବା ପରେ ବିରୋଧୀ ଦଳ ନେତା ତଥା ଦଳର ମୁଖିଆ ନବୀନ ପଟ୍ଟନାୟକ ଡାକ୍ତରଖାନାରେ ପହଞ୍ଚି ସୁଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

ଏହା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କେବଳ ସେତିକି ନୁହେଁ, ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ବି ଆଲୋଚନା କରିଛନ୍ତି ନବୀନ । ଗତ କିଛିଦିନ ହେବ ସୁଶାନ୍ତ ସିଂ ଅସୁସ୍ଥ ରହିଛନ୍ତି । ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯିବାରୁ ସେ ଆପୋଲୋରେ ଭର୍ତ୍ତି ହୋଇଛନ୍ତି।

ଫୁସଫୁସ ଜନିତ ଶ୍ଵାସକ୍ରିୟା ସମସ୍ୟାରେ ସେ ପୀଡ଼ିତ ଥିବା ପ୍ରାଥମିକ ଭାବେ ଜଣା ପଡ଼ିଛି। ନବୀନ୍ ସୁଶାନ୍ତଙ୍କୁ ଭେଟିବା ସମୟରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ,ସ୍ନେହଙ୍ଗିନୀ ଛୁରିଆ ଓ ଅନଙ୍ଗ ଉଦୟ ସିଂହଦେହ ପ୍ରମୂଖ ହସ୍ପିଟାଲରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *