• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରସାମ୍ଯ ହରାଇ ବାଇକ ଚାଳକ ଗୁରୁତ୍ତର

Bymamatanews

Feb 7, 2025
Spread the love

ମା ପାଇଁ ଯାଉଥିଲା ମେଡିସିନ ଆଣି ହେଲେ ଦୁର୍ଘଟଣା ର ଶିକାର ହେଲା ପୁଅ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରେ ଜଣେ ବାଇକ୍ ଚାଳକ ଦୁର୍ଘଟଣା ର ଶିକାର ହୋଇ ଗୁରୁତ୍ତର ଭାବେ ଚିକିତ୍ସାଳୟ ରେ ଭର୍ତି ହୋଇଛି। ସୂଚନା ମୁତାବକ ଗୁରୁତ୍ତର ଯୁବକ ଜଣଙ୍କ ହେଲେ ବୁଢ଼ାପଙ୍କ ଗ୍ରାମ ଗଡ଼ସାହି ର ସୌମ୍ୟରଞ୍ଜନ ସାମଲ। ଆଜି ସକାଳ ସମୟରେ ମା ଙ୍କ ଦେହ ଖରାପ ଥିବାରୁ ସେ ଏକ ବାଇକ ରେ ବଅଁରପାଳ ମାର୍କେଟ ମେଡିସିନ ଆଣିବା ପାଇଁ ଆସୁଥିଲେ। କୌଣସି କାରଣ ବଶତଃ ବାଇକ୍ ଭାରସାମ୍ୟ ହରାଇବାରୁ ସମ୍ୟ ଦୁର୍ଘଟଣା ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଜାଣିବା ପରେ ଗ୍ରାମରେ ଥିବା ଦମକଳବାହିନୀ ଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସୌମ୍ୟ କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ଯଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ।

Leave a Reply

Your email address will not be published. Required fields are marked *