ଶିଳ୍ପସଂସ୍ଥା ଓ ଜଳବାୟୁ ପରିବର୍ତ୍ତନ କୁ ଦୋଷାରୋପ କଲେ ସଂସାଦ
ଆହତଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ଓ ଚାଷ କ୍ଷୟକ୍ଷତିର ଆର୍ଥିକ ରାଶି ବୃଦ୍ଧି ପାଇଁ ଦାବି ଉପସ୍ଥାପନ
ଅନୁଗୁଳ : ହାତୀ ମଣିଷ ଲଢେଇ ଦିନକୁ ଦିନ ବୃଦ୍ଧି ପାଉଛି |ବିଶେଷ କରି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଆକ୍ରମଣ ରେ ମୃତାହତ ଙ୍କ ସଂଖ୍ୟା ଅନେକାଂଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶୁକ୍ରବାର ସଂସଦ ରେ ଧ୍ୟାନ ଆକର୍ଷଣ କରିବା ସହ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ପାଣି ଲୋକସଭା ରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଉପରେ ଆଲୋଚନା କରି
ବର୍ତ୍ତମାନ ସାରା ଦେଶରେ ମାନବ- ପଶୁ ଲଢେଇ ବୃଦ୍ଧି ପାଉଛି। ଏହା କୁହାଯାଇପାରେ ଯେ ଏହାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଏହା ମଧ୍ୟ କୁହାଯାଇପାରେ ଯେ ବ୍ୟାପକ ଶିଳ୍ପାୟନ ହେତୁ ମାନବ-ବନ୍ୟଳନ୍ତୁ ବିବାଦ ବୃଦ୍ଧି ପାଉଛି। ମୋର ଲୋକସଭା ନିର୍ବାଚନମଣ୍ଡଳୀ ଢେଙ୍କାନାଳ ରେ ବିଶେଷକରି ଓଡ଼ିଶାର ଢେଙ୍କାନାଳ ଏବଂ ଅନୁଗୁଳ ଦୁଇଟି ଜିଲ୍ଲାରେ ଗତ ଚାରି ବର୍ଷ ମଧ୍ୟରେ ୩୧ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ହାତୀ ଆକ୍ରମଣରେ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଜୀବନ ହରାଇବା ସହିତ ଅନ୍ୟ ବଣୁଆ ଜନ୍ତୁ ଯୋଗୁଁ ଫସଲର କ୍ଷତି ମଧ୍ଯ ବହୁ ପରିମାଣରେ ଘଟିଥାଏ। ହାତୀ ଆକ୍ରମଣ ହେତୁ ଲୋକମାନେ ମଧ୍ୟ ଅନେକ ସ୍ଥାନରେ ପଙ୍ଗୁ ହୋଇ ମୃତ୍ୟୁବରଣ କରନ୍ତି। ଗୁରୁତର ଆହତ ଲୋକଙ୍କ ଚିକିତ୍ସା ମଧ୍ୟ ମହଙ୍ଗା ପଢିଛି। ଗୁରୁତ୍ୱର ଭାବେ ଅସୁସ୍ଥ ଲୋକମାନଙ୍କର ପରବର୍ତ୍ତୀ ଜୀବନ ମଧ୍ୟ ବହୁତ ଯନ୍ତ୍ରଣାଦାୟକ ହୁଏ। ତେଣୁ ହାତୀ ଏବଂ ଅନ୍ୟାନ୍ୟ ବଣୁଆ ଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ବର୍ତ୍ତମାନର ଆର୍ଥିକ ସହାୟତା ପରିମାଣ ଅପେକ୍ଷା ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରୁଛି। ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ଉଚିତ। ଏଥିସହିତ ସରକାର ସେମାନଙ୍କ ଭବିଷ୍ୟତରେ ଜୀବିକା ବିଷୟରେ ମଧ୍ୟ ଗଭୀର ଭାବରେ ଚିନ୍ତା କରିବା ଉଚିତ। ମୋ ମତରେ, ଫସଲ ନଷ୍ଟ ପାଇଁ ଦିଆଯାଇଥିବା କ୍ଷତିପୂରଣ ଆଦୌ ପର୍ଯ୍ୟାପ୍ତ ନୁହେଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରମାନଙ୍କୁ ଅଧିକ ସମ୍ବେଦନଶୀଳ ହେବାକୁ କୁହାଯିବା ଉଚିତ। ଏହା ମୋର ଅନୁରୋଧ ଯେ ଉଭୟ ସରକାର ମିଳିତ ଭାବେ ଏ ଦିଗରେ ପଦକ୍ଷେପ ନେଇ କ୍ଷତିପୂରଣର ପରିମାଣ ପର୍ଯ୍ୟାପ୍ତ କରନ୍ତୁ । ଏହା ମୋର ଅନୁରୋଧ ଯେ ଅଭୟାରଣ୍ୟ ସମ୍ବନ୍ଧୀୟ କଠୋର ନିୟମ ମଧ୍ଯ ଟିକିଏ ନରମ ହେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି |
