ଅନୁଗୋଳ ଗାଁ ପାଖରେ ବୁଲୁଛି ଗୋଠଛଡା ଦନ୍ତାହାତୀ। କେବେ ରାସ୍ତାରେ ବୁଲୁଥିବା ବେଳେ କେତେବେଳେ ଲୋକଙ୍କ କ୍ଷେତରେ ପଶି ଇଛା ଖାଇ ନଷ୍ଟ କରୁଛି। ଗତ ତିନିଦିନ ହେବ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଓ ମାଣପୁର ଅଞ୍ଚଳରେ ଏହି ଗୋଠଛଡା ଦନ୍ତା ରହି ଉତ୍ପାତ ଚଳାଇଥିବା ଜଣାପଡିଛି। ପଛ ଡାହାଣ ଗୋଡ଼ର ଗଭୀର କ୍ଷତ ଲାଗିଥିବା ବେଳେ ଏହି କ୍ଷତ କାରଣରୁ ହାତୀଟି ଅଞ୍ଚଳ ଛାଡୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଯେ, ଗତ ତିନିଦିନ ହେବ ଏକ ମଧ୍ୟ ବୟସ୍କ ଦନ୍ତା ହାତୀ ଗୋଠଛଡା ହୋଇ ପୋକତୁଙ୍ଗା ଓ ମାଣପୁର ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପୋକତୁଙ୍ଗା ସ୍ଥିତ ରଣେଶ୍ବର ମନ୍ଦିର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଏହି ହାତୀ ବୁଲୁଥିବା ବେଳେ ମାନପୁର ଅଞ୍ଚଳରେ ଏକ ନର୍ସରିରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳ ଲୋକ ଏନେଇ ଭୟବିତ ଥିବା ବେଳେ ଏନେଇ ଅନୁଗୋଳ ବନଖଣ୍ଡର ଅତିରିକ୍ତ ବନ ସରକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବା ବେଳେ ସେ କହିଥିଲେ ଯେ, ଏହି ହାତୀଟି ଗତ ତିନିରୁ ଚାରିଦିନ ହେବ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରୁ ବନ୍ତଳା ଅଞ୍ଚଳକୁ ଆସିଛି। ଏହାର ପଛ ଗୋଡ଼ରେ ଏକ ଏକ କ୍ଷତ ହୋଇଥିବା ବେଳେ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ଏହାକୁ ଚିକିତ୍ସା କରାଯାଇଥିଲା। ଏହି ହାତୀ ଉପରେ ନଜର ରଖାଯାଇଛି, ସ୍ୱାସ୍ଥ୍ୟବସ୍ଥା ଦେଖି ଏହାର ଚିକିତ୍ସା ଆଗକୁ ଜାରି ରହିବ।
