• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ହତ୍ୟା

Bymamatanews

Feb 9, 2025
Spread the love

ଅନୁଗୋଳ ଜିଲ୍ଳା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ।ଅଭିଯୋଗ ଅନୁଯାୟୀ ନିଶା ଥାନା ଅନ୍ତର୍ଗତ ଏକ ଘରୋଇ ଶିଳ୍ପାନୁଷ୍ଠାନରେ ଠିକା ଶ୍ରମିକ ରୂପେ ବିହାର ବେଗୁସରାଇ ଅଞ୍ଚଳର ମହମ୍ମଦ ଜୁଲାନି ଓ ତାଙ୍କର କିଛି ସମ୍ପର୍କୀୟ କାର୍ଯ୍ୟ କରୁଥିଲେ ।ମୃତକ ଓ ତାଙ୍କର ଜଣେ ସମ୍ପର୍କୀୟ ଶିଳ୍ପନୁଷ୍ଠାନ ବାହାରେ ଗୋଳାବନ୍ଧ ଗାଁରେ ଘରଭଡା ନେଇ ରହୁଥିଲେ ।ଗତ ଶୁକ୍ରବାର ମୃତକ ଓ ତାଙ୍କର ସମ୍ପର୍କୀୟ ଘରକୁ ଫେରୁଥିବାବେଳେ ସେହି ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା ।ପରେ ସ୍ଥାନୀୟ ଯୁବକ ମୃତକଙ୍କ ଭଡ଼ାଘରେ ପହଞ୍ଚି ପୁଣିଥରେ ଗଣ୍ଡଗୋଳ ଆରମ୍ଭ କରିଥିଲେ ।ସ୍ଥାନୀୟ ଯୁବକ ମହମ୍ମଦ ଜୁଲାନି ଓ ତାଙ୍କ ସମ୍ପର୍କୀୟଙ୍କୁ ନିର୍ଧୂମ ମାଡ଼ ମାରିଥିଲେ ।ଉତ୍ୟକ୍ତ ଯୁବକଙ୍କ କବଳରୁ ଜୁଲାନିଙ୍କ ସମ୍ପର୍କୀୟ ଖସି ଆସିଥିବା ବେଳେ ଜୁଲାନିଙ୍କୁ ସେମାନେ ମାଡ଼ ମାରି ଚାଲିଯାଇଥିଲେ ।ପରେ ଜୁଲାନିଙ୍କ ସମ୍ପର୍କିୟ ଘରକୁ ଫେରି ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ ।ଏ ନେଇ ମୃତକଙ୍କ ସମ୍ପର୍କୀୟ ଥାନରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ।

Leave a Reply

Your email address will not be published. Required fields are marked *