• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳରେ କାର୍ଯ୍ୟକର୍ତ୍ତାଙ୍କ ସହ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

Bymamatanews

Feb 23, 2025
Spread the love

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ମେଦ ବହୁଳତା ବିରୋଧୀ ଲଢ଼େଇରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ନିଜର ଖାଦ୍ୟ ପଦ୍ଧତିରୁ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ନେଲେ ନିଷ୍ପତି
• ନିଜର ସହଯୋଗୀ, ଆତ୍ମୀୟ ଓ ପରିବାରର ଅନ୍ୟୂନ ୧୦ ଜଣଙ୍କୁ ସଚେତନ କରାଇବା ପାଇଁ ଦେଲେ ପରାମର୍ଶ
• ପରୀକ୍ଷା ପେ ଚର୍ଚ୍ଚା – ୨୦୨୫ ଉପରେ ଆଲୋକପାତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ଅନୁଗୋଳ (୨୩/୦୨ /୨୦୨୫) – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୯ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ କାର୍ଯ୍ୟକର୍ତ୍ତାମାନଙ୍କ ଗହଣରେ ଶୁଣିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ମେଦ ବହୁଳତା ବିରୋଧୀ ଲଢ଼େଇରେ ଜନଆନ୍ଦୋଳନରେ ସାମିଲ ହୋଇ ନିଜର ଖାଦ୍ୟ ପଦ୍ଧତିରୁ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ନିଷ୍ପତି ନେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ କୀ ବାତ୍ କାର୍ଯ୍ୟକ୍ରମକୁ ଏକ ଅଭିନବ ଅନୁଷ୍ଠାନରେ ପରିଣତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ଆଲୋଚନା ଭାରତର ସାମୂହିକ ଶକ୍ତିକୁ ପ୍ରତିଫଳିତ କରୁଛି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନସାଧାରଣ ବିଶେଷ ଭାବରେ ଯୁବ ସମାଜକୁ ନିଜ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଁ ମଧ୍ୟ ଏହି ଜନଆନ୍ଦୋଳନରେ ସାମିଲ ହେଉଛି । ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଜନଆନ୍ଦୋଳନରେ ସାମିଲ ହୋଇ ଆମର ଖାଦ୍ୟ ପଦ୍ଧତିରେ ୧୦ ପ୍ରତିଶତ ତେଲ କମ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରାଇବା । ଅନ୍ତତଃ ନିଜର ସହଯୋଗୀ, ଆତ୍ମୀୟ ଓ ପରିବାରର ୧୦ ଜଣଙ୍କୁ ଏହି ବିଷୟରେ ସଚେତନ କରାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଦେଶର ବୈଜ୍ଞାନିକଙ୍କ କ୍ଷମତା, ଅନ୍ତରୀକ୍ଷ କ୍ଷେତ୍ରରେ ଇସ୍ରୋର ସଫଳତା, ନାରୀଶକ୍ତି, ଭାରତର ଡିପଟେକ୍ ଏଆଇ ମିଶନ, ଖେଲୋ ଇଣ୍ଡିଆ ସହ ଯୁବବର୍ଗଙ୍କୁ ସୁସ୍ଥ ରହିବାର ମନ୍ତ୍ର ଦେଇଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀ ଦେଇଥିବା ଉଦାହରଣ ଏବଂ ଅନ୍ୟାନ୍ୟ ଉପାଦେୟ ପରାମର୍ଶ ଜନସାଧାରଣଙ୍କୁ ଅନୁପ୍ରାଣିତ କରିଛି । ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା – ୨୦୨୫ ଉପରେ ଆଲୋକପାତ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଚଳିତ ବର୍ଷର ସଂସ୍କରଣରେ ପରୀକ୍ଷା ସହ ସ୍ୱାସ୍ଥ୍ୟ, ବୈଷୟିକ ଜ୍ଞାନକୌଶଳ, ଏଆଇ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏଗଜାମ୍ ଓ୍ୱାରିୟର୍ସ ଙ୍କୁ ଚାପ ମୁକ୍ତ କରାଇବା ସହ ଆତ୍ମବିଶ୍ୱାସ ଜାଗ୍ରତ କରାଇବ । ଏହାବ୍ୟତୀତ ମହିଳା ନେତୃତ୍ୱକାରୀଙ୍କୁ ନମୋ ଆପରେ ଯୋଡିହେବା ପାଇଁ ସେ ଅପିଲ୍ କରିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ସୀମାରାଣୀ ନାୟକ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି ଓ ଅଗସ୍ତି ବେହେରା, ଜିଲ୍ଲାପାଳ ଅବଦୁଲ ଏମ ଅଖତାର, ଏସପି ରାହୁଲ ଜେନ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ବିଧାୟକ ରମେଶ ସାଏ, ଦିଲେଶ୍ଵର ପ୍ରଧାନ,ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *