• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତାମଡା ଅଧ୍ୟକ୍ଷଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ଗୁରୁତ୍ତର

Bymamatanews

Feb 24, 2025
Spread the love

ସରକାରୀ ଗାଡିରେ ଅଧିକାରୀ ଥିଲେ କି ନାହିଁ ତାହା ଅସ୍ପଷ୍ଟ ରହିଛି

ଅନୁଗୋଳ (୨୪/୦୨ /୨୦୨୫) : ୫୫ ନମ୍ବର ନବନିର୍ମିତ ବାଇପାସ୍ ରାସ୍ତାରେ ଘଟିଛି ଏଭଲି ଘଟଣା। ରବିବାର ଅପରାହ୍ଣ ସମୟରେ ତାମଡା ବୋଲେରୋ ଧକ୍କାରେ ଗୋଟିଏ ସ୍କୁଟି ଚୂରମାର୍ ହୋଇଯାଛି। ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗୁରୁତ୍ତର ଜଣଙ୍କ ହେଲେ ତୁଳସୀପାଳ ଗ୍ରାମର ପ୍ରସନ୍ନ ସାହୁ। ପ୍ରସନ୍ନ ସ୍କୁଟି ନମ୍ବର ଓଡି୧୯ଏମ୍-୬୮୪୬ ଗାଡିରେ ବଅଁରପାଳ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ଓଡି- ୧୯ଜେଡ୍‌-୭୧୭୪ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପ୍ରସନ୍ନଙ୍କ ରାସ୍ତାରେ ଛିଟିକି ପଡିଥିବା ବେଳେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ବୋଲେରୋ ଗାଡ଼ି ଘଟଣାସ୍ଥଳରୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକମାନେ ଅଟକାଇ ଦେଇଥିଲେ ।

ଘଟଣାସ୍ଥଳରେ ଦୁର୍ଘଟଣା କୁ ନେଇ ଉତ୍ତେଜନା ପାଇଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବଅଁରପାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଚାଳକକୁ ଅଟକ ରଖିଛନ୍ତି । ଧକ୍କା ଦେଇଥିବା ବୋଲେରୋ ସମ୍ମୁଖରେ ‘ସଂପାଦକ, ଟାମଡ଼ା ଅନୁଗୁଳ, ଏଚ୍ ଆଣ୍ଡ ୟୁଡି, ଓଡ଼ିଶା ସରକାର’ ଲେଖାଥିବା ଏକ ସୂଚନା ବୋର୍ଡ ରହିଛି। ପୁଲିସ ଉକ୍ତ ବୋଲେରୋ ଡ୍ରାଇଭର ଥାନାକୁ ଆଣି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *