• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା ତାରିଣୀଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

Bymamatanews

Feb 25, 2025
Spread the love

ଢ଼େଙ୍କାନାଳ : ସହର ସ୍ଥିତ ଶାସନ ଛକ ଠାରେ ଅବସ୍ଥିତ ମା ତାରିଣୀଙ୍କ ଷଷ୍ଠ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ସ୍ଥାନୀୟ ଭାଗୀରଥି ସାଗର କୁଳ ରେ ପୂଜା ଅର୍ଚ୍ଚନା କରାଯାଇ ୧୫୧ ଜଣ ମହିଳା ଓ ପୁରୁଷ ଭକ୍ତ କଳସ ଧରି ବାଦ୍ୟ ଦ୍ୱାରା ସହର ପରିକ୍ରମା କରି ମନ୍ଦିର ରେ ସ୍ଥାପନ କରିଥିଲେ। ଏହି ପୂଜା ତିନି ଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା ୨୬ ତାରିଖ ଜାଗର ଦିନ ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ। ପୂଜକ ଭାବେ ରୁଦ୍ର ନାରାୟଣ କବି ଶତପଥୀ , କର୍ତ୍ତା ସତ୍ୟାନନ୍ଦ ବେହେରା, କର୍ତି ସୁଲୋଚନା ବେହେରା,ସଭାପତି ଶରତ ବେହେରା, ସମ୍ପାଦକ ନକୁଳ ବେହେରା, କୋଷାଧ୍ୟକ୍ଷ ଲକି ବେହେରା, ସମୀର ବେହେରା, ଦିଲ୍ଲୀପ ବେହେରା, ଫଣ୍ଟୁ ମେହେର, ଦିଲୁ ବେହେରା ଓ ବଳ ବେହେରା, ଶରତ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *