• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ଅଞ୍ଚଳରେ ସିରିଜ୍ ଦୁର୍ଘଟଣା ୨ ମୃତ ୧ ଗୁରୁତ୍ତର

Bymamatanews

Feb 28, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ଅଞ୍ଚଳ ନୂଆହତା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗୋଟିଏ ଦିନରେ ତିନୋଟି ପୃଥକ ପୃଥକ ଦୁର୍ଘଟଣାରେ ୨ ମୃତ ୧ ଗୁରୁତ୍ତର ହୋଇଥିବା ଜଣାପଡିଛି।

ସୁଚନା ମୁତାବକ ସକାଳ ୯ ଘଟିକା ସମୟରେ ନୂଆହତା ଗ୍ରାମର ନବନିର୍ମିତ ବାଇପାସ୍ ଜାତୀୟ ରାଜପଥରେ ଦୁଇ ବାଇକ୍ ସାମ୍ନାସାମ୍ନି ଦୁର୍ଘଟଣାରେ ଜଣେ ଗୁରୁତ୍ତର ହୋଇଥିବା ବେଳେ ଗୁରୁତ୍ତରଙ୍କୁ ସ୍ତାନୀୟ ଲୋକଙ୍କ ସହାୟତାରେ ଟାଟା ଷ୍ଟିଲ୍ କମ୍ପାନୀର ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅପରାହ୍ନ ୩ ଘଟିକା ସମୟରେ ୫୫ନଂ ଜାତୀୟ ରାଜପଥ ନୂଆହତା ଡିହସାହି ନିକଟରେ ଥିବା ତେଲଟାଙ୍କି ସମ୍ମୁଖରେ ଦ୍ରୁତଗାମୀ ବୋଲେରୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମୃତ ସାଇକେଲ୍ ଆରୋହୀ ଜଣଙ୍କ ହେଲେ ନୂଆହତା ଗ୍ରାମ ଡିହସାହିର ପବିତ୍ର ମହାଳିକ ସେହିପରି ସନ୍ଧ୍ଯା ୭ ଘଟିକା .୪୦ ମିନିଟ୍ ସମୟରେ ୫୫ନଂ ଜାତୀୟ ରାଜପଥର ତୃପ୍ତି ମୋଟର୍ସ ସମ୍ମୁଖରେ ଜଣେ ପଥଚାରୀ ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡି ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ପୋଲିସ ଗାଡ଼ି ସାହାଯ୍ଯରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ନବନିର୍ମିତ ଜାତୀୟ ରାଜପଥ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ପ୍ରଣାଳୀକୁ ନେଇ ଘଟଣା ସ୍ଥଳରେ ଲୋକଙ୍କ ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ଉତ୍ତେଜିତ ଲୋକଙ୍କୁ ସ୍ତାନୀୟ ପୋଲିସ ବୁଝାସୁଝା କରିବା ପରେ ଯାନବାହନ ଗମନାଗମନ ସ୍ଵାଭାବିକ୍ ହୋଇଥିଲା।

Leave a Reply

Your email address will not be published. Required fields are marked *