• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଅଜଣା ଗାଡି ଧକ୍କା ରେ ବାଇକ୍ ଆରୋହୀ ଙ୍କର ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ କେନ୍ଦୁଝର ଜିଲ୍ଲା କବୀରପଶି ଅଞ୍ଚଳର ସ୍ଵର୍ଗତ ରୁଦ୍ର ନାରାୟଣ ମହନ୍ତ ଙ୍କ ପୁଅ ଅମିତ୍ କୁମାର ମହନ୍ତ (୨୫) । ସୂଚନା ଯେ, କେନ୍ଦୁଝର ଜିଲ୍ଲାର କବୀରପଶି ଅଞ୍ଚଳର ସ୍ଵର୍ଗତ ରୁଦ୍ର ନାରାୟଣ ମହନ୍ତ ଙ୍କ ପୁଅ ଅମିତ୍ କୁମାର ମହନ୍ତ ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ସୋଭାଗ୍ୟନଗର ଅଞ୍ଚଳରେ ଭଡା ଘରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦିନ ସମୟ ରେ ବାଇକ୍ ଯୋଗେ କୌଣସି କାର୍ଯ୍ୟ ରେ ଭୁବନେଶ୍ଵର ଯାଉଥିବା ବେଳେ ରାସୋଳ ଥାନା କଦଳୀପାଳ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା। ଯାହା ଫଳରେ ଅମିତ୍ ଙ୍କୁ ଗୁରୁତର ଭାବେ ସ୍ଥାନୀୟ ବାସୀ ଉଦ୍ଧାର କରି ରାସୋଳ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଣାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଅମିତ୍ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ କରାଇ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *