ଅନୁଗୋଳ ଜିଲ୍ଲା ବଅଁରପାଳ ଛକ ଅଞ୍ଚଳର ଉନ୍ନତୀକରଣ ପାଇଁ ଆଜି ଜିଲ୍ଲାପାଳ, ଜାତୀୟ ରାଜପଥ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ଅଧିକାରୀମାନେ ସମୀକ୍ଷା କରିଥିଲେ। ବଅଁରପାଳ ଛକ ଅଞ୍ଚଳର କିପରି ଉନ୍ନତି ସମନ୍ବିତ ବିକାଶ ହେବ, ଜନସାଧାରଣଙ୍କର ହେବ ଓ ଗମନାଗମନ ସମସ୍ୟାରେ ସୁଧାର ଆସିବ, ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବଅଁରପାଳ ଛକ ଅଞ୍ଚଳର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି।

ଜିଲ୍ଲାପାଳ
ଅବଦ୍ଦାଲ୍ ଏମ୍. ଅଖତର, ଉପଜିଲ୍ଲାପାଳ ମାୟାଧର ବେହେରା, , ଆଇପିଏସ ଭର୍ଷିତା ଆଡେପୁ, ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ, ତହସିଲଦାର ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସୁଶାନ୍ତ ନାୟକ, ବିଡିଓ ଲୋଚନ ଦାସ, ଏବିଡିଓ ମାଧବ ପାଣିଗ୍ରାହୀ, ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସେହିପରି ଟାଟା ଷ୍ଟିଲ ମେରାମଣ୍ଡଳୀର ମୁଖ୍ୟ କର୍ପୋରେଟ୍ ସର୍ଭିସେସ୍ ମୋହିତ ଦାସ, ସିଏସ୍ଆର୍ ମୁଖ୍ୟ ଡାଃ ଅମ୍ବିକା ପ୍ରସାଦ ନନ୍ଦ, କୁମାର ସୌରଭ, ଲୋକ ସଂପର୍କ ବିଭାଗର ସୁନିଲ ସାହୁ, ଶୁଭ୍ରାଂଶୁ ପଣ୍ଡା, ସିଦ୍ଧାର୍ଥ ପାଣି, ଏନ୍. ସି. ମହାପାତ୍ର, ରଶ୍ମି ରଞ୍ଜନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ |
