ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଜଣେ ନାବାଳକ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

ସୂଚନା ଯେ, ଅନୁଗୋଳ ସଦର ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତ ଶ୍ୟାମସୁନ୍ଦରପୁର କରଡାବଣି ଗ୍ରାମର ଶ୍ରୀକାନ୍ତ ସାହୁ ଙ୍କ ପୁଅ ସିଦ୍ଧାର୍ଥ ସାହୁ (୧୪) ପୁଅର ପାଠପଢ଼ା ପାଇଁ ଅନୁଗୋଳ ସ୍ଥିତ ହେମସୁରପଡା ଠାରେ ଘରଭଡ଼ା ନେଇ ରହୁଥିଲେ। ସିଦ୍ଧାର୍ଥ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍କୁଲ ଛୁଟି ଥିବାରୁ ସିଦ୍ଧାର୍ଥ ମାଆଙ୍କ ମାମୁଁ ଘର ବଳରାମପ୍ରସାଦ ବୁଲିବାକୁ ଯାଇଥିଲେ।

ମାମୁଁ ଘର ପାଖରେ ଥିବା ପୋଖରୀରେ ଗାଧୋଇ ଥିବା ବେଳେ ଗଭିରପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ବୁଡୁଥିବା ଦେଖି ସିଦ୍ଧାର୍ଥ କୁ ଉଧାର କରି ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ କୁ ନେଇ ଗାଁରେ ଶୋକରଛାୟା ଖେଳିଯାଇଛି।
