ଢେଙ୍କାନାଳ, (୧୧/୩/୨୦୨୫) : ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ର ଯୁଗ୍ମ ସଂପାଦକ ପବିତ୍ର ପ୍ରସାଦ ସାହୁ ୩୫ ବର୍ଷ କଟକ ମେଡିକାଲ୍ ଠାରେ ଶେଷ ନିଶ୍ବାସ ତ୍ୟାଗ କଲେ । ପୂଜା ପ୍ରତିଷ୍ଠାନର ସେ ଜଣେ ସକ୍ରିୟ କର୍ମକର୍ତା ଥିଲେ । ତାଙ୍କର ଅକାଳ ବିୟୋଗରେ ମୀନାବଜାର ତଥା ଢେଙ୍କାନାଳରେ ଶୋକ ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ମୀନାବଜାର ମଣ୍ଡପ ଠାରେ ଟ୍ରଷ୍ଟ ଚେୟାରମ୍ୟାନ ଲଳିତ କୁମାର ପଟ୍ଟନାୟକ, ସଭାପତି ରବିନାରାୟଣ ମହାନ୍ତି, ପୂଜା କମିଟି କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, କମିଟି ସଂପାଦକ ପୀତବାସ ସାହୁ ଓ ଅନ୍ୟ କର୍ମକର୍ତାମାନେ ଏକ ଶୋକସଭାରେ ତାଙ୍କର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ।
