• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମନ୍ତ୍ରୀଙ୍କ ପାଖରେ ଦାବୀ ଜଣାଇଲେ ଜିଲ୍ଲା ସଭାପତି ଓ ବିଧାୟକ

Bymamatanews

Mar 14, 2025
Spread the love


ଅନୁଗୁଳ (୧୪/୦୩/୨୦୨୫) : ଅନୁଗୁଳ ଜିଲ୍ଲା ରେ ଥିବା ସମସ୍ତ ଉପଖଣ୍ଡ ଡାକ୍ତର ଖାନା ଓ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ରର ନାହାନ୍ତି, ଫଳରେ ସମସ୍ତ ରୋଗୀ ଙ୍କୁ ବାହାରକୁ ରେଫର କରିବାକୁ ପଡୁଛି।

ଗରିବ ରୋଗୀ ମାନେ ବାହାରକୁ ରେଫର ହୋଇ ଅଯଥା ରେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ରାନ୍ତ ହେଉଛନ୍ତି। ଆଜି ଗୁରୁବାର ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଭୁବନେଶ୍ୱର ରେ ସ୍ଵାସ୍ତ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ଉପରେ ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ମାତ୍ର ୭ଜଣ ଡାକ୍ତର ଅଛନ୍ତି।

ଦୈନିକ ୩୫୦ ରୋଗୀ ଆସୁଥିବା ବେଳେ ଆବଶ୍ୟକ ଅନୁଯାୟୀ ୫୦ ଡାକ୍ତର ପଦବୀ ଥିବା ବେଳେ ମାତ୍ର ୭ ଜଣ ଡାକ୍ତର କିଭଳି ରୋଗୀ ଦେଖିବେ ବୋଲି ସ୍ଵାସ୍ତ୍ୟ ମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଗୋଟିଏ ଦୁଇଟି ବିଭାଗ ବ୍ୟତୀତ କୌଣସି ବିଭାଗ ରେ ସ୍ପେସିଆଲିଷ୍ଟ ଡାକ୍ତର ନାହାନ୍ତି, ସାଧାରଣ ଲୋକ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏଭଳି ଅବସ୍ଥା ଜିଲ୍ଲା ର ପ୍ରାୟ ସମସ୍ତ ଡାକ୍ତର ଖାନାର |ଆବଶ୍ୟକ ପାରା ମେଡିକାଲ ଷ୍ଟାଫ, ଯନ୍ତ୍ରପାତି ମଧ୍ୟ ନାହିଁ। ଜିଲ୍ଲା ସଭାପତି ଲିଖିତ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *