• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସନ୍ଦେହ ଜନକ ଭାବେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

Bymamatanews

Mar 21, 2025
Spread the love

ଅନୁଗୋଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳ ଦୂର୍ଗା ବିହାର ଅଞ୍ଚଳରୁ ଜଣେ ସନ୍ଦେହ ଜନକ ଯୁବତୀ ଙ୍କୁ ଉଦ୍ଧାର କରିଛି ଟାଉନ ପୋଲିସ। ସୂଚନା ଯେ, ଆଜି ସକାଳ ସମୟରେ ଜଣେ ଯୁବତୀ ଏଣେତେଣେ ବୁଲୁ ଥିବାର ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଅଂଚଳବାସୀ ପୋଲିସ କୁ ଖବର୍ ଦେଇଥିଲେ। ପୋଲିସ ଦୂର୍ଗା ବିହାର ଅଞ୍ଚଳରେ ପହଁଚି ଯୁବତୀ ଙ୍କୁ ଉଦ୍ଧାର କରି ଚିକିତ୍ସାଳୟ କୁ ନେଇ ଥିଲା। ଚିକିତ୍ସା କରାଇ ଯୁବତୀ ରହୁ ଥିବା ସ୍ଥାନକୁ ଆଣି ପଚାର ଉଚରା କରିଥିଲେ। ଯୁବତୀ ଜଣ ଙ୍କ ଠାରୁ ବୁଝିବାକୁ ପାଇଥିଲେ ଯେ, ଘଟଣା ଟି କିଛି ସମ୍ବେଦନଶୀଳ ରହିଛି ବୋଲି ପୋଲିସ କହୁଛି। ତଦନ୍ତ ପରେ ହିଁ ଜଣା ପଡିବ ପ୍ରକୃତ ସତ୍ୟାସତ୍ୟ କଣ। ସେହି ସ୍ଥାନରେ ଚିଲିକା ଅଞ୍ଚଳ କିଛି ଯୁବତୀ ରହି ଏକ ପାଲାର ରେ କାର୍ଯ୍ୟ କରୁଥିବା ଜଣା ପଡିଛି। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ରାଇଗୁର ଏବଂ ଟାଉନ ଥାନା ଅଧିକାରୀ ଧିରେସ କୁମାର ଦାସ ପହଁଚି ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *