• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାଣି ପାଇଁ ଡହଳବିକଳ ଗ୍ରାମବାସୀ

Bymamatanews

Mar 27, 2025
Spread the love

ଚୁଆ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ

ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ କଳ କାରଖାନା ଓ ଖଣି ଖାଦାନରେ ଭରି ରହିଛି। ଜିଲ୍ଲାରେ ବଡ ବଡ କାରଖାନା ଗୁଡ଼ିକୁ ଜଳ ଯୋଗାଣ ହେଉଛି। କିନ୍ତୁ ଜିଲ୍ଲାରେ ଥିବା ଅନେକ ଗ୍ରାମକୁ ଜଳ ଯୋଗାଣ ହୋଇ ନାହିଁ କିମ୍ୱା ବିଶୁଦ୍ଧ ଜଳ ଆଜି ମଧ୍ୟ ପାଉ ନାହାଁନ୍ତି। ଜିଲ୍ଲାରେ ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ସବୁ ଆଡେ ଜଳ ସଙ୍କଟ ଏବେ ଠାରୁ ଦେଖା ଦେଇଛି। ଅନୁଗୋଳ ସହର ଉପକଣ୍ଠ ସ୍ଥିତ କରଡାଗାଡିଆ ଓ ରାଣୀ ଗୋଡଡାରେ ଜଳ ସଙ୍କଟ ଦେଖା ଦେଇଛି। ସହର ବ୍ୟତୀତ ଗାଁ ଗଣ୍ଡାରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ପୂର୍ବ ସରକାର ସମୟରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କରା ଯାଇଛି। ଯୋଜନା କରା ଯାଇଥିଲେ ମଧ୍ୟ ଲୋକଙ୍କୁ ପାନୀୟ ଜଳ ମିଳୁ ନାହିଁ। ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବସ ବାସ କରୁଥିବା ଗ୍ରାମ ଗୁଡିକରେ ଜଳ ସଙ୍କଟ ଦେଖା ଦେଇଛି।ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଟିକରପଡ଼ା ଗ୍ରାମ ପଞ୍ଚାୟତର କରଡାପଡ଼ା ଗ୍ରାମରେ ଜଳ ସଙ୍କଟ ଦେଖା ଦେଇଛି। ଗ୍ରାମରେ ବସୁଧା ଯୋଜନାରେ ପାଣି ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ପାଣି ନଥିବାରୁ ଲୋକମାନେ ବହୁତ୍ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କରଡାପଡ଼ା ଗ୍ରାମରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ପରିବାରର ଲୋକ ସଂଖ୍ୟା ପାଞ୍ଚଶହରୁ ଅଧିକ। ଛଅ ବର୍ଷରୁ ଅଧିକ ହେବ ବସୁଧା ଯୋଜନା କରା ଯାଇଛି। କିନ୍ତୁ ଲୋକଙ୍କୁ ପିଇବା ପାଇଁ ଆବଶ୍ୟକ ଅନୁସାରେ ପାଣି ମିଳୁ ନାହିଁ। ଦିନେ ପାଣି ଆସିଲେ ଦଶଦିନ ଧରି ବନ୍ଦ ରହୁଛି।ଗ୍ରାମରେ ଗୋଟିଏ କୂଅ ରହିଛି ବର୍ଷା ଦିନେ ସେଥିରୁ ଲୋକ ମାନେ ପାଣି ବ୍ୟବହାର କରନ୍ତି। ଗ୍ରାମରେ ଥିବା ନଳକୂଅ ଗୁଡ଼ିକରେ ପାଣି ମଧ୍ୟ ବାହାରିଲା ନାହିଁ। ଗ୍ରାମ ଠାରୁ ଦୁଇ କିମି ଦୂରରେ ଥିବା ଗୋଟିଏ ନାଳରେ ଚୁଆରୁ ପାଣି ବ୍ୟବହାର କରୁଥିବା କହିଛନ୍ତି। ଏନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗତ ନିର୍ବାଚନରେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ପ୍ରଚାର ବେଳେ ଲୋକଙ୍କ ଜଳ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ବିଧାୟକ ହେଲା ପରେ ଜଳ ସମସ୍ୟା ଦୂର କରିବା ବଦଳରେ ଆଜି ଯାଏ ଦେଖା ଦେଇ ନଥିବା ଗ୍ରାମବାସୀ କହିଛନ୍ତି। ଯାହା ଫଳରେ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ଯାଇଛି। ଏବେ ଠାରୁ ଯେଉଁ ଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଯଦି ପାଣି ସମସ୍ୟାର ସମାଧାନ କରା ନଯାଏ ଲୋକମାନେ ପାଣି ଟୋପାଏ ପାଇବେ ନାହିଁ ଏକଥା କହି ହେବ ନାହିଁ। ସବୁଠାରୁ ବଡ଼ କଥା ହେଲା ଟିକରପଡ଼ା ଦେଇ ଓଡ଼ିଶାର ବଡ ନଦୀ ପ୍ରବାହିତ ହେଉଛି। ମହାନଦୀ ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ଗ୍ରାମରେ ଜଳ ସଙ୍କଟ ଦେଖା ଦେଇଛି। ମହାନଦୀରେ ବର୍ଷା ଦିନେ ବାତ୍ୟା ହେଉଥିବା ବେଳେ ଖରାଦିନେ ନଦୀକୂଳେ ଥିବା ଗାଁ ଗୁଡ଼ିକ ଶୋଷିଲା ରହୁଛନ୍ତି।

Leave a Reply

Your email address will not be published. Required fields are marked *