• Sat. Apr 18th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିକାଶ ସ୍ଵପ୍ନ ଠାରୁ ଦୂରରେ ସରଧାପୁର

Bymamatanews

Mar 28, 2025
Spread the love

ସରକାର ଗାଁ ଠୁ ସହର ବିକାଶ ହେଉଥିବା ନାରା ଦେଉଛନ୍ତି। କିନ୍ତୁ କେଉଁଠି ବିକାଶ ହେଉଛି ତ ଆଉ କେଉଁଠି ବିକାଶର ଗନ୍ଧ ମଧ୍ୟ ବାଜି ନାହିଁ। କିଛି ଅଧିକାରୀଙ୍କ ଏବଂ ଗାଁ ଗଣ୍ଡାରେ ରାଜନୈତିକ ଯୋଗୁଁ ଲୋକମାନେ ଏହି ବିକାଶ ଦେଖି ପାରୁ ନାହାଁନ୍ତି। ଏମିତି ଏକ ଗାଁ ଅନୁଗୋଳ ସଦର ମହକୁମା ଠାରୁ ପ୍ରାୟ ୨୫ କିମି ଦୂରରେ ଅବସ୍ଥିତ ଯାହାର ନାଁ ଅନୁଗୋଳ ବ୍ଲକରେ ଥିବା ସରଧାପୁର। ସରଧାପୁର ଗ୍ରାମକୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଆଖପାଖ ତଥା ସରଧାପୁର ଏବଂ ସରଧାପୁର ଗ୍ରାମ ନିକଟରେ ଥିବା ଅନ୍ୟ ଗ୍ରାମ ଗୁଡିକରୁ ଛାତ୍ରଛାତ୍ରୀ ମାନେ ସରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢି ଆସୁଛନ୍ତି। ପିଲାମାନେ ଆସିବା ରାସ୍ତାରେ ଯାଉଁଳି ନାଳ ପଡୁଛି।

ଯାହା ଫଳରେ ବର୍ଷା ହେଲେ ପିଲାମାନଙ୍କର ପାଠ ପଢା ବନ୍ଦ। ସେହି ନାଳ ଦେଇ ଦୁଇ ହଜାର ଲୋକ ଯାତାୟାତ କରିଥାନ୍ତି। କିନ୍ତୁ ପୋଲ ନଥିବାରୁ ପ୍ରାୟ ଦଶ କିଲୋ ମିଟର ବୁଲି କି ଆସନ୍ତି।ସେହିପରି ସରଧାପୁର ଗ୍ରାମରେ ଝରାସାହିରେ ୩୦ ପରିବାର ବସବାସ କରୁଛନ୍ତି। ସାହିକୁ ସଂଯୋଗ କରୁଥିବା ପୋଲ ଅଧା ଭାଙ୍ଗି ଯାଇଛି। ରାତିରେ ଯାଉଥିବା ବ୍ୟକ୍ତିମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ପୋଲ ମରଣଯନ୍ତା ପାଲଟିଛି। ସାହିରେ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ମଧ୍ଯ ଯାଇ ପାରୁ ନାହିଁ।ଯାହା ଫଳରେ ସାହିଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରଧାପୁର ଝରାସାହିରେ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି। ଘରକୁ ପାଇପ୍ ଯାଇଥିଲେ ମଧ୍ଯ ପାଣି ଯୋଗାଣ ହୋଇ ନାହିଁ। କୂଅରୁ ପାଣି ବ୍ୟବହାର କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବହୁତ ଅଭିଯୋଗ ପରେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନାହିଁ। ଏନେଇ ଅନୁଗୋଳ ବିଡ଼ିଓ ଡାକ୍ତର ବିଶ୍ବଭୂଷଣଙ୍କ ସହ ଯୋଗାଯୋଗ କରିବାରୁ ମୋ ପାଖକୁ କୌଣସି ଖବର ଆସି ନାହିଁ। ଏହା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *