• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲ କାର୍ଯ୍ଯାଳୟର ବରିଷ୍ଠ କିରାଣୀ

Bymamatanews

Mar 28, 2025
Spread the love

ନାମରେ ସତ୍ୟପ୍ରକାଶ ହେଲେ ମିଥ୍ୟା ମିଠା ଗ୍ରହଣ କରିବାରେ ଥିଲେ ଧୁରନ୍ଧର

ଅନୁଗୋଳ ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଅନୁଗୋଳ ଭିଜିଲାନ୍ସ ବିଭାଗ ହାତରେ ଧାରା ପଡିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ସୂଚନା ଅନୁସାରେ ଆଠମଲ୍ଲିକ କେନ୍ଦୁପାଟି ଗାଁର ଚରଣ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ପୂର୍ବ ପୁରୁଷ ଜମିର ପାର୍ଟିସନ ପାଇଁ ଆଠମଲ୍ଲିକ ତହାସିଲରେ ଆବେଦନ କରିଥିଲେ । ତେବେ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ ତାଙ୍କୁ ୨୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ବାଧ୍ୟ ହୋଇ ଚରଣ ଭିଜିଲାନ୍ସର ଦ୍ଵରସ୍ଥ ହୋଇଥିଲେ । ଆଉ ଯୋଜନା ଅନୁସାରେ ଆଜି ଚରଣଙ୍କ ଠାରୁ ସତ୍ୟପ୍ରିୟ ଲାଞ୍ଚ ନେଉଥିବା ବେଳେ ଅନୁଗୋଳ ଭିଜିଲାନ୍ସ ବିଭାଗ ଆଜି ଦିନ ୧୧ ଘଟିକା ବେଳେ କାବୁ କରି ନେଇଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ କରୁଛି । ଆଠମଲ୍ଲିକ ତହସିଲ୍ କାର୍ଯ୍ୟାଳୟ, ସରକାରୀ ବାସ ଭବନ, ସାପଘରା ଅଞ୍ଚଳରେ ଥିବା ନିଜ ଘର ଏବଂ ସ୍ତ୍ରୀ ରହୁଥିବା ବ୍ରହ୍ମପୁର ଅଞ୍ଚଳର ଭଡା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ଏହି ଚଢାଉ ରେ ଅନୁଗୋଳ ଭିଜିଲାନ୍ସ ବିଭାଗ DSP ପ୍ରଦୀପ କୁମାର ସାମଲ ଙ୍କ ନେତୃତ୍ଵରେ ୧୫ ଜଣିଆ ଟିମ୍ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *